ETV Bharat / state

ନବରଙ୍ଗପୁରରୁ ଗୋଟିଏ ଦିନରେ ୧୨୧ ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର ଜିଲ୍ଲାରେ ଅନଲକ୍ -୪ ପରେ ଦିନକୁ ଦିନ କରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖାଯାଉଛି। ଗ୍ରାମାଞ୍ଚଳର ଅପେକ୍ଷା ସହରାଞ୍ଚଳରେ ଦୃତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ..

author img

By

Published : Sep 9, 2020, 4:49 PM IST

ନବରଙ୍ଗପୁର ଗୋଟିଏ ଦିନରେ ୧୨୧ ଜଣ ଆକ୍ରାନ୍ତ
ନବରଙ୍ଗପୁର ଗୋଟିଏ ଦିନରେ ୧୨୧ ଜଣ ଆକ୍ରାନ୍ତ

ନବରଙ୍ଗପୁର: ଜିଲ୍ଲାରେ ଅନଲକ୍ -୪ ପରେ ଦିନକୁ ଦିନ କୋରୋନା ସଂକ୍ରମଣ ସ୍ଥିତି ବିଗୁଡ଼ୁଥିବା ଦେଖାଯାଉଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଦୃତ ଗତିରେ ବଢ଼ିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର ଜିଲ୍ଲାରୁ ଦିନକରେ ସର୍ବାଧିକ ୧୨୧ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସୂଚନା ପାଇବା ପରେ ଏନେଇ ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

ନବରଙ୍ଗପୁର ଗୋଟିଏ ଦିନରେ ୧୨୧ ଜଣ ଆକ୍ରାନ୍ତ
ନବରଙ୍ଗପୁର ଗୋଟିଏ ଦିନରେ ୧୨୧ ଜଣ ଆକ୍ରାନ୍ତ
ଆଜି ଚିହ୍ନଟ ହୋଇଥିବା ୧୨୧ ଜଣଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ନବରଙ୍ଗପୁର ମ୍ୟୁନସିପାଲିଟିରୁ ୪୧ ଜଣ, ଉମରକୋଟ ମ୍ୟୁନସିପାଲିଟିର ୨୭ ଜଣ , ପାପଡାହାଣ୍ଡି ବ୍ଲକରୁ ୧୪ ଜଣ, ନନ୍ଦାହାଣ୍ଡି ବ୍ଲକରୁ ୧୩ ଜଣ, ନବରଙ୍ଗପୁର ବ୍ଲକରୁ ୯ ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଉମରକୋଟ, ଡାବୁଗାଁ, ରାଇଘର, କୋଷାଗୁମୁଡା ବ୍ଲକରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛି ସେହିପରି ଚନ୍ଦାହାଣ୍ଡି ବ୍ଲକରୁ ଜଣେ ଚିହ୍ନଟ ହୋଇଛନ୍ତି ।ନବରଙ୍ଗପୁରକୁ ଆସିଥିବା କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଆଜିର ୧୨୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୭୫୭ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧୨୫ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୬୨୨ ଜଣ କୋରୋନା ପଜେଟିଭ୍ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ସେଥିମଧ୍ୟରୁ ୫୧୧ ଜଣ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ନେଇ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.