ETV Bharat / state

ନଦୀରେ ବୁଡି ନାବାଳକର ମୃତ୍ୟୁ - ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ ମୁଲଦା ଗ୍ରାମର ମୁର୍ମୁ ହେମ୍ବ୍ରମଙ୍କ ପୁଅ ତୁରୀ ହେମ୍ବ୍ରମ(୧୫) ନିକଟସ୍ଥ ଖଡଖାଇ ନଦୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି ।

ନଦୀରେ ବୁଡି ନାବାଳକର ମୃତ୍ୟୁ
ନଦୀରେ ବୁଡି ନାବାଳକର ମୃତ୍ୟୁ
author img

By

Published : Sep 14, 2020, 12:09 PM IST

ରାଇରଙ୍ଗପୁର: ନଦୀରେ ବୁଡି ନାବାଳକର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମପଞ୍ଚାୟତ ମୁଲଦା ଗ୍ରାମର ମୁର୍ମୁ ହେମ୍ବ୍ରମଙ୍କ ପୁଅ ତୁରୀ ହେମ୍ବ୍ରମ(୧୫) ନିକଟସ୍ଥ ଖଡଖାଇ ନଦୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ତୁରୀ ହେମ୍ବ୍ରମ ଖଡଖାଇ ନଦୀ ନିକଟକୁ ଗାଇ ଚରାଇବାକୁ ଯାଇ ନଦୀରେ ଗାଧୋଇଥିଲେ । ସେହି ସମୟରେ ହଠାତ୍ ସେ ନଦୀରେ ବୁଡି ଯାଇଥିଲେ । ଯେଉଁଥିରେ ତାଙ୍କ ମୃତ୍ୟୁ ଘଟିଛି । ତେବେ ଅନ୍ୟ ଗାଇ ଚରାଳୀମାନେ ତୁରୀଙ୍କୁ ଭାସୁଥିବାର ଦେଖି ତାଙ୍କୁ ପାଣିରୁ ଉଦ୍ଧାର କରିବା ସହ ତାଙ୍କ ପରିଜନ ଏବଂ ତିରିଂ ଥାନା ପୋଲିସକୁ ଖବର ଦେଇଥିଲେ।

ନଦୀରେ ବୁଡି ନାବାଳକର ମୃତ୍ୟୁ

ଖବର ପାଇ ତିରିଂ ଥାନା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏପଟେ ଏନେଇ ପୋଲିସ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଏପଟେ ଖବର ପାଇ କୁଲୁଘୁଟୁ ସରପଞ୍ଚ ଚାମ୍ବ୍ରୁ ହେମ୍ବ୍ରମ ଓ ୨୧ ନଂ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା ଘଟଣା ସ୍ଥଳରେ ପହଞ୍ଚି ତୁରୀଙ୍କ ପରିବାରକୁ ସାନ୍ତ୍ବନା ଦେବା ସହ ହରିଶ୍ଚନ୍ଦ୍ର ଯୋଜନାରେ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ସହାୟତା ରାଶି ପ୍ରଦାନ କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.