ETV Bharat / state

ଶିମିଳିପାଳରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ, ଯୁବକ ଗିରଫ - ଦେଶୀ ବନ୍ଧୁକ

ଶିମିଳିପାଳରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ । ଜଣେ ଯୁବକ ଗିରଫ ସହ ଦେଶୀ ବନ୍ଧୁକ ଓ ୧୧୦ଟି ବଜ୍ରକାପ୍ତା କାତି ଜବତ । ଅଧିକ ପଢନ୍ତୁ

Shimilipal Sanctuary
Shimilipal Sanctuary
author img

By

Published : Jul 3, 2023, 10:27 PM IST

Updated : Jul 3, 2023, 10:54 PM IST

ଶିମିଳିପାଳରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ, ଯୁବକ ଗିରଫ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଏକ ବନ୍ଧୁକ କାରଖାନା ଠାବ କରାଯାଇଛି । ଏଥି ସହିତ ବଜ୍ରକାପ୍ତା କାତି, ବନ୍ଧୁକ ଓ ବନ୍ଧୁକ ତିଆରିରେ ବ୍ୟବହୃତ ସରଞ୍ଜାମ ଜବତ କରିଛି ପୋଲିସ । ତେବେ ଶିକାରୀମାନଙ୍କ ଗୁଳିମାଡ଼ରେ 2 ଜଣ ବନ କର୍ମଚାରୀ ପ୍ରାଣ ହରାଇବା ପରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାର ମହୁଲଡିହା ଥାନା ପୋଲିସ ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଶିମିଳିପାଳ ପାଦଦେଶରୁ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ କରିଛି । ଏଥିସହିତ ସେଠାରୁ ଜଣେ ଯୁବକକୁ ଗିରଫ କରିଛି ମହୁଲଡିହା ଥାନା ପୋଲିସ । ଗିରଫ ଯୁବକ ଜଣକ ଭେଜିଡ଼ିହି ଗ୍ରାମର ଜିତୁ ଲୋହାର ବୋଲି ଜଣାପଡ଼ିଥିବା ବେଳେ ସେ ନିଜ ଘରେ ଦେଶୀ ବନ୍ଧୁକ କାରଖାନା ଚଳାଉଥିଲା । ସେହି କାରଖାନାରେ ପୋଲିସ ଚଢାଉ କରି ନୂତନ ଭାବେ ତିଆରି ହୋଇଥିବା ୨ଟି ଦେଶୀ ବନ୍ଧୁକ, ୪ଟି ବନ୍ଧୁକ ପାଇପ, ବନ୍ଧୁକ ତିଆରିରେ ବ୍ୟବହୃତ ସରଞ୍ଜାମ ଓ ଏକ ୱେଲ୍ଡିଂ ମେସିନ ମଧ୍ୟ ଜବତ କରିଛି ପୋଲିସ ।

ଏହା ବି ପଢନ୍ତୁ- ଅଶାନ୍ତ ଶିମିଳିପାଳ, ଶିକାରୀ ଗୁଳିରେ ଗଲା ରେଞ୍ଜରଙ୍କ ଜୀବନ

ଜିତୁ ଲୋହାର ଜଙ୍ଗଲ ଭିତରେ ଏହିପରି ଦେଶୀ ବନ୍ଧୁକ ତିଆରି କରି ଶିକାରୀମାନଙ୍କୁ ଯୋଗାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘଟଣାକୁ ନେଇ ମହୁଲଡିହା ଥାନା ପୋଲିସ ଆର୍ମ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି । ସେହିପରି ମହୁଲଡିହା ଥାନା ପୋଲିସ ପକ୍ଷରୁ ଅନ୍ୟ ଏକ ସ୍ଥାନରେ ଚଢାଉ କରାଯାଇଥିଲା । କୌଣସି ସୂତ୍ରରୁ ଖବର ପାଇ ମହୁଲଡିହା ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମରେ ପୋଲିସ ଅତର୍କିତ ଭାବେ ଚଢାଉ କରି ୧୧୦ ଟି ବଜ୍ରାକାପ୍ତା କାତି ଜବତ କରିବା ସହ ଅଭିଯୁକ୍ତ ମାନସିଂ ହୋକୁ ଗିରଫ କରିଛି ।

ଦୁଇ ବନ କର୍ମଚାରୀ ଶିକାରୀଙ୍କ ଗୁଳିରେ ମୃତ୍ୟୁ ହେବା ପରେ ବନବିଭାଗ କର୍ମଚାରୀ ଓ ପୋଲିସ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟ ଓ ପାଦଦେଶଗୁଡିକରେ ନିୟମିତ କୁମ୍ବିଂ ଅପରେସନ ଜାରି ରଖିଛନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ଲୋକଙ୍କ ସହିତ ଦେଶୀ ବନ୍ଧୁକ ତିଆରି କରୁଥିବା ଲୋକମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି । ସେମାନେ ନିଜ ଇଚ୍ଛାରେ ଚଳିତ ମାସ ୩୧ ତାରିଖ ସୁଦ୍ଧା ପୋଲିସ ନିକଟରେ ଏହିସବୁ ଜମା କରି ପୁରସ୍କୃତ ହୁଅନ୍ତୁ ଅଥବା ଗିରଫ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଜିଲ୍ଲା ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jul 3, 2023, 10:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.