ETV Bharat / state

ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପଥରରେ ବାନ୍ଧି ପିଙ୍ଗି ଦେଇଥିଲେ ଦୁର୍ବୃତ୍ତ

୧୦ ଦିନ ହେଲା ନିଖୋଜ ଥିବା ଯୁବକଙ୍କ ମିଳିଲା ମୃତଦେହ । ଏକ ପଥରରେ ମୃତଦେହକୁ ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ
author img

By

Published : Apr 16, 2022, 12:15 PM IST

Updated : Apr 16, 2022, 2:14 PM IST

ରାଇରଙ୍ଗପୁର: ନିଖୋଜ ହେବାର ୧୦ ଦିନ ପରେ ମିଳିଲା ଯୁବକଙ୍କ ମୃତଦେହ । ପୋଖରୀ ଭିତରୁ ପଥର ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ଗେନ୍ତେଇସାହିରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତକ ହେଉଛନ୍ତି ଗ୍ରାମର ଧନେଶ୍ବର ସାହୁ । ସେ କିଛି ଦିନ ତଳେ ବଜାରକୁ ଯାଇ ନିଖୋଜ ହୋଇଯାଇଥିଲେ । ପାରିପାର୍ଶ୍ବିକ ଘଟଣାବଳୀରୁ ଧନେଶ୍ବରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି ।

ପୋଖରୀରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ, ପଥରରେ ବାନ୍ଧି ପିଙ୍ଗି ଦେଇଥିଲେ ଦୁର୍ବୃତ୍ତ

ଯାହାସୂଚନା ରହିଛି, ୪ ତାରିଖ ଦିନ ଧନେଶ୍ବର ଘର ଆଜବେଷ୍ଟସ କିଣିବା ପାଇଁ ସାଙ୍ଗ ପିତାମ୍ବର ବେହେରାଙ୍କ ସହିତ ୩୦ହଜାର ଟଙ୍କା ଧରି ଭଞ୍ଜକିଆ ବଜାରକୁ ଆସିଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ । ତାଙ୍କ ପତ୍ନୀ ବିଭିନ୍ନ ଜାଗାରେ ଖୋଜାଖୋଜି କରି ନିରାଶ ହେବା ପରେ ଯଶୀପୁର ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ରିପୋର୍ଟ ପାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ଫଳରେ ଗତ ୧୧ ତାରିଖରେ ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକଙ୍କୁ ମଧ୍ୟ ଭେଟି ଏ ସମ୍ପର୍କରେ ଅବଗତ କରାଇଥିଲେ ଧନେଶ୍ଵରଙ୍କ ସ୍ତ୍ରୀ । ଆରକ୍ଷୀ ଅଧିକ୍ଷକ ମଧ୍ୟ ଘଟଣାକୁ ଏତେ ଗୁରୁତ୍ବ ଦେଇନଥିଲେ । ତେଣୁ ସେଠାରୁ ବି ନିରାଶ ହେବା ପରେ ମହିଳା ନିଜ ୪ ଛୁଆଙ୍କ ସହିତ ଆଶା ଆଶଙ୍କାରେ ଦିନ କାଟୁଥିଲେ ।

ଏହାରି ଭିତରେ ଗୁରୁବାର ସନ୍ଧ୍ୟା ସମୟରେ ଧନେଶ୍ବରଙ୍କ ମୃତଦେହ ଠାବ ହୋଇଥିଲା । କିଛି ମାଛ ଧରାଳି ନିୟୁତି ଗ୍ରାମ ପୋଖରୀରେ ମାଛ ଧରିବା ସମୟରେ ପାଣି ଭିତରେ ଏକ ପଥର ସାହାଯ୍ୟରେ ମୃତଦେହକୁ ବାନ୍ଧି କେହି ଦୁର୍ବୁତ୍ତ ରଖିଥିବା ଦେଖିଥିଲେ ଏବଂ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । କିଏ କାହିଁକି ଏପରି ହତ୍ୟା କରିଛି ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ଏପରି କାଣ୍ଡ ଘଟାଇଛି ତାହା ଜାଣିବା ପାଇଁ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି ଯଶୀପୁର ପୋଲିସ । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କୌଣସି ସୁରାକ ମିଳିପାରି ନାହିଁ । ତେବେ ଟଙ୍କା ପାଇଁ କେହି ଦୁର୍ବୁତ୍ତ ତାଙ୍କୁ ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Apr 16, 2022, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.