ରାଇରଙ୍ଗପୁର: ପରକୀୟା ପ୍ରୀତି ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ରାତିସାରା ଘର ଖୁମ୍ବରେ ବନ୍ଧା ହୋଇ ରହିଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଘୋଷାଦା ଗ୍ରାମରେ ।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ଘୋଷାଦା ଗାଁର ବିବାହିତ ଯୁବକ ସୁବ୍ରତ ବାରିକ ସେହି ଗାଁର ଜଣେ ଦୂର ସମ୍ପର୍କୀୟ ଭାଉଜଙ୍କୁ ପ୍ରେମ କରିବାକୁ ଯାଇ ତାଙ୍କ ଘରେ ପଶିଥିବା ବେଳେ ଭାଉଜଙ୍କ ପରିବାର ତାଙ୍କୁ କାବୁ କରିଛନ୍ତି ।
ସେପଟେ ଏହି ଘଟଣାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯୁବକକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ ଯୁବକଙ୍କ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ