ETV Bharat / state

ରାସ୍ତାକଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ତଣ୍ଟି କାଟି ନିର୍ମମ ହତ୍ୟା

author img

By

Published : Nov 20, 2022, 2:30 PM IST

ମହୁଭଣ୍ଡାର ଛକ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ପୋଲିସର ତନାଘନା ଜାରି । ଅଧିକ ପଢନ୍ତୁ

ରାସ୍ତା କଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ରାସ୍ତା କଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ଜାତୀୟ ରାଜପଥ କଡ଼ରୁ ଅଜଣା ଯୁବକଙ୍କ ଦେହ ଉଦ୍ଧାର । କେହି ଯୁବକଙ୍କୁ ହତ୍ୟାକରି ଫୋପାଡି ଦେଇଥିବା ସନ୍ଦେହ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।

ରାସ୍ତା କଡରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ମହୁଭଣ୍ଡାର ଛକ ନିକଟସ୍ଥ ୪୯ ନଂ ଜାତୀୟ ରାଜପଥ କଡ଼ରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସିନ୍ଦା । ଏନେଇ ସଙ୍ଗେ ସଙ୍ଗେ ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସବ ଘଟଣାର ଛାନଭିନ ଆରମ୍ଭ କରିଛି । ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି । କେହି ଦୁର୍ବୃତ୍ତ ଉକ୍ତ ଯୁବକଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଅନୁମାନ କରାଯାଉଛି ।

ସେପଟେ ମୃତ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ କେଉଁ କାରଣରୁ ଉକ୍ତ ଯୁବକଙ୍କୁ ସେଠାରେ ନିର୍ମମ ଭାବେ ହତ୍ୟା କରି ଫୋପାଡି ଦେଇ ଚାଲିଗଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ବିଶୋଇ ଥାନା ପୋଲିସ । ସାଇଣ୍ଟିଫିକ ଟିମ ଓ ପୋଲିସର ତଦନ୍ତ ପରେ ଅଜଣା ଯୁବକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.