ETV Bharat / state

କୋରୋନା କଟକଣା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ

author img

By

Published : Aug 10, 2020, 9:54 PM IST

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । କୋରୋନା କଟକଣା ସହ ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତର ଯଶିପୁର ଗ୍ରାମ ମୂଳନିବାସୀ ଏକତାମଞ୍ଚ ଓ ପେସା ଗ୍ରାମସଭା ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳନ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା କଟକଣା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ
କୋରୋନା କଟକଣା ସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ବିଶ୍ବର ବିଭିନ୍ନ ଦେଶରେ ଥିବା ଆଦିବାସୀ ଜନଜାତି ସମ୍ପ୍ରଦାୟ ପକ୍ଷରୁ ଅଗଷ୍ଟ ମାସର ୦୯ ତାରିଖ ଦିନ ବିଶ୍ବ ଆଦିବାସୀ ଦିବସ କୁ ମହାସମାରୋହରେ ପାଳନ କରାଯାଏ । ହଜାର ହଜାର ବର୍ଷ ପୂର୍ବରୁ ବିଭିନ୍ନ ଦେଶ ମାନଙ୍କରେ ବସବାସ କରୁଥିବା ଆଦିବାସୀ ସମାଜ ଅବହେଳିତ, ଅତ୍ୟାଚାରିତ ଓ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହିତ ସ୍ବତନ୍ତ୍ର ଭାବେ ନିଜ ଭାଷା, ଚାଲିଚଳନ, ବେଶଭୂଷା ଓ ପରମ୍ପରାକୁ ନେଇ ନିଜ ସମାଜ ମଧ୍ୟରେ ସ୍ବତନ୍ତ୍ର ରହୁଥିବା ବିଭିନ୍ନ ଦେଶର ଆଦିବାସୀ ସମାଜ ନିଜ ଅସ୍ତିତ୍ବ ହରାଇବା ସହିତ ଲୋପ ପାଇବାକୁ ଲାଗିଲାଣି । ଏହାକୁ ଦେଖି ସଂଯୁକ୍ତରାଷ୍ଟ୍ର ସମୂହ ୧୯୯୪ ମସିହାରେ ଅନ୍ତର୍ଜାତିୟ ସ୍ତରରେ ଅଗଷ୍ଟ ୦୯ ତାରିଖ ଦିନ ବିଶ୍ବ ଆଦିବାସୀ ଦିବସ ପାଳନ କରାଯିବାର ନିଷ୍ପତ୍ତି ନେଇଥିଲେ ।

ଭାରତ ବର୍ଷର ବିଭିନ୍ନ ରାଜ୍ୟରେ ଅନେକ ପ୍ରଜାତିର ଆଦିବାସୀ ଜନଜାତି ରହିଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ସମସ୍ତ ଉପଖଣ୍ଡ, ବ୍ଲକ, ଗ୍ରାମପଞ୍ଚାୟତ ଓ ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ସୀମିତ ସଂଖ୍ୟାରେ ଉପସ୍ଥିତ ସଦସ୍ୟଙ୍କ ସହ ବିଶ୍ବ ଆଦିବାସୀ ଦିବସ ପାଳନ କରିଛନ୍ତି । ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତର ଯଶିପୁର ଗ୍ରାମ, କୁଦରସାହି ଗ୍ରାମ ଓ ଗିଦିଘାଟୀ ଗ୍ରାମପଞ୍ଚାୟତ ପାଟ୍ରାମହୁଲପାଣି ଗ୍ରାମ ସ୍ଥିତ ବାବା ତିଲକା ପାଠାଗାର ପରିସରରେ ମୂଳନିବାସୀ ଏକତାମଞ୍ଚ ଓ ପେସା ଗ୍ରାମସଭା ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ୍ ଓ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଖେଲାରାମ ମାହାଲି ଯୋଗଦେଇଥିଲେ ।

ବିଶ୍ବ ଆଦିବାସୀ ଦିବସ ଅବସରରେ ଉପସ୍ଥିତ ଅତିଥି ଓ ଗଣ୍ୟମାନ ବ୍ୟକ୍ତିମାନେ ପ୍ରଥମେ ଆଦିବାସୀ ବୀର ପୁରୁଷ ଓ ଆଦିବାସୀ, ଦଳିତ ସମାଜର ଉତ୍ଥାନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ପୂର୍ବ ପୁରୁଷଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହାପରେ ମଞ୍ଚାସୀନ ଅତିଥି ଓ ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ପୂର୍ବ ପୁରୁଷଙ୍କ ସ୍ମୃତିଚାରଣ କରିବା ସହିତ ବିଶ୍ବ ଆଦିବାସୀ ଦିବସ ପାଳନର ଉଦ୍ଦେଶ୍ୟ ଓ ଦେଶ ତଥା ରାଜ୍ୟରେ ଆଦିବାସୀଙ୍କ ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.