ETV Bharat / state

ଫରେଷ୍ଟ ଗାର୍ଡଙ୍କୁ ମାଡ ମାରି କାଠ ଗାଡି ଲୁଟିନେଲେ ମାଫିଆ

author img

By

Published : Feb 28, 2020, 7:25 PM IST

କାଠ ମାଫିଆଙ୍କ ମାଡରେ ଦୁଇ ଫରେଷ୍ଟ ଗାର୍ଡ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ମହୁଲଡିହା ଅଞ୍ଚଳରେ ଘଟିଛି ଘଟଣା । ଅଧିକ ସୂଚନା ପାଇଁ ପଢନ୍ତୁ..

Wood smugglers attack 2 forest member in Maurbhanja
କାଠ ମାଫିଆ ମା଼ଡରେ ଗୁରୁତର ଦୁଇ ଫୋରେଷ୍ଟ ଗାର୍ଡ

ବାରିପଦା: କାଠ ମାଫିଆଙ୍କ ନିସ୍ତୁକ ମାଡ଼ରେ ଲହୁଲୁହାଣ ହେଲେ ବନକର୍ମଚାରୀ । ତାଙ୍କୁ ମାଡ ମାରି ଚୋରା କାଠ ଗାଡିକୁ ଫେରାର କରି ନେଇଗଲେ କାଠ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ମହୁଲଡ଼ିହା ଅଞ୍ଚଳରେ ।

ସୂଚନା ମୁତାବକ ଆଜି ବନକର୍ମଚାରୀ ମାନେ ମହୁଲଡିହା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାଠ ବୋଝେଇ ପିକଅପକୁ ଅଟକାଇଥିଲେ । ଅଟକ ଗାଡିକୁ ଯାଞ୍ଚ ବେଳେ ସେଥିରେ ଚୋରା କାଠ ଚାଲାଣ ହେଉଥିବା ଜଣାପଡିଥିଲା । କିଛି ସମୟ ପରେ ପାଞ୍ଚ ଛଅଟି ବାଇକରେ 10 ରୁ ଅଧିକ ଯୁବକ ଆସି ଅଚାନକ ବନକର୍ମଚାରୀଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ କାଠ ବୋଝେଇ ପିକଅପକୁ ନେଇ ଫେରାର ହୋଇଯାଇଥିଲେ ।

ପରେ ଖବର ପାଇ ବାରିପଦା ବନଖଣ୍ଡର ଅଧିକାରୀ ପହଞ୍ଚି ଆକ୍ରମଣର ଶିକାର ହୋଇଥିବା ଦୁଇ ଜଣ ଫରେଷ୍ଟ ଗାର୍ଡଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ । ଏ ନେଇ ଥାନାରେ ଏତଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.