ETV Bharat / state

ନିଆଁରେ ପୋଡି ମହିଳା ମୃତ, ହତ୍ଯା ସନ୍ଦେହ - FIRE BURN

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନରେ ଥିବା କାଦୁଆଣି ଗ୍ରାମରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଫଟୋ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 16, 2019, 8:33 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନରେ ଥିବା କାଦୁଆଣି ଗ୍ରାମରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ମହିଳା ଜଣକ ହେଲେ ସେହି ଗ୍ରାମର ବଂଶୀ ତାମୁଡିଆଙ୍କ ସ୍ତ୍ରୀ ଗୁରୁବାରି ତାମୁଡିଆ(୪୩)।

ଭିଡିଓ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁସାରେ, ଗୁରୁବାରି ଘରେ ଥିଲାବେଳେ କୌଣସି କାରଣରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଶରୀରର ପ୍ରାୟ ଶତକଡା ୯୦ ଭାଗ ପୋଡି ଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି ।

ଏହି ଘଟଣାରେ ବିଶୋଇ ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଶୋଇ ପୋଲିସ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଛି । ତାଙ୍କ ଦେହରେ କେହି ନିଆଁ ଲଗେଇ ଦେଇଥିବା ପୋଲିସ ସନ୍ଦେହ କରୁଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ନିଆଁ ରେ ପୋଡି ମହିଳା ମୃତ, ହତ୍ଯା ସନ୍ଦେହ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଧିନରେ ଥିବା କାଦୁଆଣି ଗ୍ରାମରେ। ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ସେହି ଗ୍ରାମର ବଂଶୀ ତାମୁଡିଆ ଙ୍କ ସ୍ତ୍ରୀ ଗୁରୁବାରି ତାମୁଡିଆ(୪୩)। ସୂଚନା ଅନୁଯାୟୀ ଘର ଭିତରେ ଗୁରୁବାରି ନିଆଁରେ ଜଳୁ ଥିବାର ଦେଖି ପରିବାର ଲୋକେ ନିଆଁ କୁ ଆୟତ୍ତ କରି ଗୁରୁତର ଅବସ୍ଥାରେ ତାଙ୍କୁ ଉଧ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ। ତାଙ୍କ ଶରୀର ର ପ୍ରାୟ ଶତକଡା ୯୦ ଭାଗ ପୋଡି ଯାଇଥିବା ଡାକ୍ତର ଙ୍କ ନିକଟରୁ ପ୍ରକାଶ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବିଶୋଇ ପୋଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ କେହି ନିଆଁ ଲଗେଇ ଦେଇଥିବା ସନ୍ଦେହ କରୁଛି। ତେବେ ମାଜିଷ୍ଟ୍ରେଟ ଭାବେ ରାଇରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ସମ୍ମୁଖରେ ବିଶୋଇ ପୋଲିସ ମୃତକଙ୍କ ପରିବାର ଓ ସମ୍ପର୍କୀୟଙ୍କ ବୟାନ ରେକର୍ଡ କରିଥିଲେ।

Body:x

Conclusion:x
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.