ETV Bharat / state

ପୁଣି ହାତୀ ଆକ୍ରମଣରେ ମହିଳା ମୃତ, ମିଳିବ କ୍ଷତିପୂରଣ - women died after elephant attack

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଗୋଶାଣିପାଳ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।

ପୁଣି ହାତୀ ଆକ୍ରମଣରେ ମହିଳା ମୃତ
ପୁଣି ହାତୀ ଆକ୍ରମଣରେ ମହିଳା ମୃତ
author img

By

Published : Dec 25, 2019, 1:42 PM IST

Updated : Dec 25, 2019, 6:02 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଗୋଶାଣିପାଳ ଗାଁରେ ବୁଧବାର ସକାଳୁ ସ୍ନେହଲତା ସେଠୀ ଶୌଚ ହେବା ପାଇଁ ଯାଇଥିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ପୁଣି ହାତୀ ଆକ୍ରମଣରେ ମହିଳା ମୃତ
ଦୀର୍ଘ ଦିନ ହେବ ଶିମିଳିପାଳ ଅଭୟାରଣ୍ୟରୁ ୧୯ ଟିକିଆ ହାତୀ ପଲ ଏ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବାବେଳେ ଗତକାଲି ୫ଟି ହାତୀ କତରା ନଦୀରୁ ପାଣି ପିଇ ଫେରୁଥିବାବେଳେ ମହିଳା ଜଣଙ୍କୁ ଆକ୍ରମଣ କରିଥିଲା । ତେବେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ପଠାଇଛି। ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ମହିଳାଙ୍କ ପରିବାରକୁ ସରକାରୀ ନିୟମ ଅନୁଯାୟୀ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ବାଙ୍ଗରିପୋଷି ରେଞ୍ଜର କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଦନ୍ତା ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ଙ୍କ ମୃତ୍ୟ। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଗୋଶାଣିପାଳ ଗାଁରେ ଆଜି ସକାଳୁ ସେହି ଗାଁ ର ସ୍ନେହଲତା ସେଠୀ ଶୌଚ ହେବାପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟ ବରଣ କରିଛନ୍ତି।ଦୀର୍ଘ ଦିନ ହେବ ଶିମିଳିପାଳ ଅଭୟାରଣ୍ୟ ରୁ ୧୯ ଟିକିଆ ହାତୀ ପଲ ଏ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ବେଳେ ଗତକାଲି ୫ ଟି ହାତୀ କତରା ନଦୀ ରୁ ପାଣି ପିଇ ଫେରୁଥିବା ବେଳେ ମହିଳା ଜଣଙ୍କୁ ହାତୀ ଆକ୍ରମଣ କରିଥିଲା। ତେବେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମହିଳା ଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ କୁ ପଠାଇଛି। ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାର କୁ ସରକାରୀ ନିୟମ ଅନୁଯାୟୀ ୪ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ବାଙ୍ଗରିପୋଷି ରେଞ୍ଜର କହିଛନ୍ତି।
ବାଇଟ-୧-ତପନ ଦାସ-ରେଞ୍ଜର-ବଙ୍ଗରିପୋଷି ରେଞ୍ଜConclusion:
Last Updated : Dec 25, 2019, 6:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.