ETV Bharat / state

ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ ହତ୍ୟାକାରୀ - mayurhbhanj news

ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା । ମହିଳାଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ ହତ୍ୟାକାରୀ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

woman was brutally murdered and thrown into the village in tiring ps of mayurbhanj
ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ ହତ୍ୟାକାରୀ
author img

By

Published : Mar 7, 2020, 10:12 PM IST

ରାଇରଙ୍ଗପୁର: ଚାଞ୍ଚଲ୍ୟକର ଘଟଣା । ମହିଳାଙ୍କୁ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ ହତ୍ୟାକାରୀ। ଏଭଳି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଡୋଲାଯୋଡ଼ି ଗ୍ରାମରେ।

ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାଁ ଦାଣ୍ଡରେ ଫିଙ୍ଗିଦେଲେ ହତ୍ୟାକାରୀ

ଖବର ମୁତାବକ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଯୋଡ଼ି ଗ୍ରାମର ମାଲୋ ଟୁଡୁ। ଶୁକ୍ରବାର କେହି ହତ୍ୟା କରି ମାଲୋ ଟୁଡୁଙ୍କ ମୃତଦେହକୁ ଗାଁ ଦାଣ୍ଡରେ ଫିଙ୍ଗିଦେଇଥିଲେ । ଲୋକେ ଦେଖି ପରିବାର ଲୋକଙ୍କୁ ଡାକିବା ସହ ପୋଲିସକୁ ଖବର ଦେଇଥିଲେ। ମାଲ ଟୁଡୁଙ୍କ ସ୍ବାମୀ ବାହାରେ କାମ କରିବାକୁ ଯାଇଥିବା ବେଳେ ମାଲୋ ନିଜ ଶାଶୂ ଓ ଜାଆ ସହ ଘରେ ରହିଆସୁଥିଲେ। ପୋଲିସ ଶାଶୂ ଓ ଜାଆଙ୍କୁ ଅଟକ ରଖିଛି ।

ସେପଟେ ଘଟଣାସ୍ଥଳରେ ବାରିପଦାରୁ ସାଇଣ୍ଟିଫିକ ଟିମ ଓ ତିରିଂ ପୋଲିସ ପହଞ୍ଚି ତଦନ୍ତ କରିଥିଲେ । ମୃତକଙ୍କ ଜାଆ ଓ ଶାଶୂ ବୁଧବାର ଦିନରୁ ମାଲୋ ନିଖୋଜ ଥିବା କହୁଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତରୁ ହତ୍ୟାକାଣ୍ଡ ପଛରେ ପରିବାର ଲୋକଙ୍କ ହାତ ଥିବା ସନ୍ଦେହ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.