ETV Bharat / state

ବିଷାକ୍ତ ସାପ କାମୁଡାରେ ଗଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ

author img

By

Published : Sep 22, 2022, 1:44 PM IST

ବିଷାକ୍ତ ସାପ କାମୁଡାରେ ଗଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ। ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଞ୍ଜେଇ ଗ୍ରାମରେ। ଅଧିକ ପଢନ୍ତୁ

Breaking News

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଲୁହାକାନୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଞ୍ଜେଇ ଗ୍ରାମରେ ଅଭାବନୀୟ ଘଟଣା । ବିଷାକ୍ତ ସାପ କାମୁଡାରେ ଗଲା ଅଙ୍ଗନବାଡ଼ି ଦିଦିଙ୍କ ଜୀବନ। ସୂଚନା ଅନୁଯାୟୀ, କରଞ୍ଜେଇ ଅଙ୍ଗନବାଡ଼ି କେନ୍ଦ୍ରର କାର୍ଯ୍ୟରତ ଦିଦି ତଥା ଜିତେନ୍ଦ୍ର ନାଥ ସୋରେନଙ୍କ ପତ୍ନୀ ସାଲଗେ କିସ୍କୁ (୩୨) ରାତିରେ ଖାଇପିଇ ସାରି ସପରିବାର ସହ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷାକ୍ତ ପାହାଡିଆ ଚିତି ସାପ ସାଲଗେଙ୍କ ହାତରେ କାମୁଡି ଦେଇଥିଲା । ଏନେଇ ସକାଳୁ ତାଙ୍କ ହାତ ବିନ୍ଧିବା ସହିତ ଅସୁସ୍ଥତା ଅନୁଭବ ହୋଇଥିଲା । ତେବେ ସେହି ଘର ମଧ୍ୟରେ ଚିତି ସାପଟିକୁ ମଧ୍ୟ ଦେଖିବାକୁ ପାଇଥିଲେ ଘର ଲୋକେ ।

ଏହାପରେ ତୁରନ୍ତ ସାଲଗେଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ସାଲଗେଙ୍କୁ ମୃତ ଘୋଷଣା କରିଥିଲା । ଖବର ପାଇ ବିଶୋଇ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଖବର ପ୍ରଚାରିତ ହେବା ପରେ ଉକ୍ତ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ସହ ଆଖପାଖ ଅଞ୍ଚଳର ଅଙ୍ଗନବାଡ଼ି କର୍ମୀ ମାନେ ମୃତକଙ୍କ ଘରେ ପହଞ୍ଚି ମୃତକଙ୍କ ସ୍ବାମୀ ଓ ସପ୍ତମ ଶ୍ରେଣୀରେ ପଢୁଥିବା ଏକମାତ୍ର ପୁଅକୁ ଆଶ୍ବସନା ଦେବା ସହ ସମବେଦନା ଜଣାଇଥିଲେ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.