ETV Bharat / state

ଘରୋଇ କଳିର କରୁଣ ପରିଣତି, କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମାଳିହତା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମାଳିହତା ଗାଁର ପ୍ରଭାସିନୀ ମହାନ୍ତି ଘରୋଇ କଳିରୁ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

Woman commits suicide by jumping into well in mayurbhanj
ଘରୋଇ କଳିର କରୁଣ ପରିଣତି, କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା
author img

By

Published : May 25, 2020, 8:06 PM IST

ବାରିପଦା: ଘରୋଇ କଳିର କରୁଣ ପରିଣତି । ପରିବାର ସହ ମତାନ୍ତର ଯୋଗୁଁ କୂଅକୁ ଡେଇଁ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମାଳିହତା ଗାଁରେ । ମୃତ ମହିଳା ହେଲେ ସେହି ଗାଁର ପ୍ରଭାସିନୀ ମହାନ୍ତି ।

ଘରୋଇ କଳିର କରୁଣ ପରିଣତି, କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

ସୂଚନାନୁଯାୟୀ, ମହିଳା ଜଣକ ମାନସିକ ଅବସ୍ଥା କିଛି ମାସ ହେବ ଠିକ୍ ନଥିବା ବେଳେ ସୋମବାର କୌଣସି କାରଣକୁ ନେଇ ସେ ଘର ପଛପଟେ ଥିବା ଏକ କୂଅକୁ ଡେଇଁ ପଡିଥିଲେ । ପରିବାର ଲୋକେ ଆସି ଖୋଜା ଖୋଜି କରିବାରୁ କୂଅରେ ମହିଳା ଜଣଙ୍କ ପଡିଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏନେଇ ମୋରଡ଼ା ପୋଲିସ ୧୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.