ETV Bharat / state

ଗାଁରେ ନାହିଁ ବିଜୁଳି ଖୁଣ୍ଟି: ଆସୁଛି ବିଲ୍, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

author img

By

Published : Nov 18, 2021, 5:29 PM IST

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗର ସାହି ଗ୍ରାମରେ ଦୀର୍ଘଦିନ ହେବ ଗାଁକୁ ବିଦ୍ୟୁତ ସେବା ନଥିବାବେଳେ ଆସିଛି ବିଲ, ସମସ୍ୟା ସମାଧାନ ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ଗାଁରେ ନାହିଁ ବିଜୁଳି ଖୁଣ୍ଟି: ଆସୁଛି ବିଲ୍, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ
ଗାଁରେ ନାହିଁ ବିଜୁଳି ଖୁଣ୍ଟି: ଆସୁଛି ବିଲ୍, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ବାରିପଦା: ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ ଗ୍ରାମବାସୀଙ୍କ ରାସ୍ତାରୋକ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗର ସାହି ଗ୍ରାମରେ ଦୀର୍ଘଦିନ ହେବ ଗାଁକୁ ଖୁଣ୍ଟି ପଡ଼ିଥିବାବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହେଉନଥିବାବେଳେ ବିଲ ଆସୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଗାଁକୁ ବିଜୁଳି ନାହିଁ କିନ୍ତୁ ଆସିଛି ବିଲ, ସମାଧାନ ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ

ଏହି ପ୍ରତିବାଦରେ ଆଜି(ଗୁରୁବାର) ସାଗର ସାହି ଗ୍ରାମର ଗ୍ରାମବାସୀ କପ୍ତିପଦା-ଠାକୁରମୁଣ୍ଡା ରାସ୍ତା ପଥରଖଣି ଛକ ଠାରେ ରାସ୍ତାରୋକ କହିଛନ୍ତି । ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ତେବେ ସମସ୍ୟା ସମାଧାନ ନହେଲେ ରାସ୍ତାରୋକରୁ ହଟିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପକ୍ଷରେ ଘଟଣା ସ୍ଥଳରେ ବିଦ୍ୟୁତ ବିଭାଗ ଓ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.