ETV Bharat / state

ମୟୂରଭଞ୍ଜରେ ହାତୀ ଆତଙ୍କ, ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ମୟୂରଭଞ୍ଜରେ ହାତୀ ଆତଙ୍କ ଜାରି । ପୁଣି ଜଣଙ୍କୁ କଚାଡି ମାରିଲା ହାତୀ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ହାତୀ ଆତଙ୍କ, ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା
ମୟୂରଭଞ୍ଜରେ ହାତୀ ଆତଙ୍କ, ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା
author img

By

Published : Apr 30, 2022, 5:49 PM IST

ବାରିପଦା : ମୟୂରଭଞ୍ଜ ଜିଲ୍ଲା, ବେତନଟୀ ରେଞ୍ଜ ଅଧୀନ ଛଚିନାପଦା ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ଆଣିଛନ୍ତି । ମୃତକ ଜଣଙ୍କ ହେଲେ ନୂଆଗାଁ ଗ୍ରାମର ସିଂଗରାୟ ମାଝୀ । ତେବେ ଦୁଇଦିନ ଧରି ଝାଡଖଣ୍ଡରୁ ଆସିଥିବା ୭୧ ଟିକିଆ ହାତୀପଲ ବେତନଟୀ ରେଞ୍ଜ ମନତାପାଳ ଶାଳ ଜଙ୍ଗଲରେ ରହିଛନ୍ତି ।

ମୟୂରଭଞ୍ଜରେ ହାତୀ ଆତଙ୍କ, ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ଗତ ରାତିରେ ଖାଦ୍ୟ ଅନ୍ବେଷଣରେ ଛଚିନାପଦା ଗ୍ରାମ ପଟକୁ ୧୧ଟି ହାତୀ ପଳାଇ ଆସିଥିଲେ । ଆଜି ସିଂଗରାୟ କୌଣସି କାମରେ ଯାଇଥିବା ବେଳେ ହାତୀ ହାବୁଡରେ ପଡି ବର୍ତ୍ତି ପାରିନଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ବନବିଭାଗ ପୂର୍ବ ଭଳି ହାତୀପଲ ଆସିବା ସମୟରେ ଗ୍ରହଣ କରୁଥିବା ପଦକ୍ଷେପ ବର୍ତ୍ତମାନ ନେଉନଥିବାରୁ ନିରୀହଙ୍କ ଜୀବନ ଯାଉଛି । ଯାହାକୁ କେନ୍ଦ୍ର କରି ହାତୀ ଚଳପ୍ରଚଳ ଚିହ୍ନଟ ସଂଲଗ୍ନ ଅଞ୍ଚଳବାସୀ ଆତଙ୍କିତ ରହିବା ସହିତ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.