ETV Bharat / state

ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀର ମୃତ୍ୟୁ - Wife's death in husband's stabbing

ସ୍ବାମୀର ଠେଙ୍ଗା ମାଡରେ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶୋଳ ଗାଁରେ ।

mayurbhanjh
ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ
author img

By

Published : Aug 4, 2020, 7:01 PM IST

Updated : Aug 4, 2020, 7:53 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶୋଳ ଗାଁରେ ଅଭାବନୀୟ ଘଟଣା । ସ୍ବାମୀର ଠେଙ୍ଗା ମାଡରେ ଜୀବନ ହାରିଛି ସ୍ତ୍ରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି ।

ସ୍ବାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀର ମୃତ୍ୟୁ

ସୂଚନା ଅନୁସାରେ, ସ୍ବାମୀ ପୁଲିନ ମୁଣ୍ଡା ଅତ୍ୟଧିକ ମଦ୍ୟପାନ କଲାପରେ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ର ରୂପ ନେଇଥିଲା । ଅତ୍ୟଧିକ ମଦ୍ୟପାନ କରିବାରୁ ପୁଲିନ ମୁଣ୍ଡା ମାନସିକ ଭାରସାମ୍ୟ ହରାଇ ଏକ ଠେଙ୍ଗା ଦ୍ବାରା ନିଜ ସ୍ତ୍ରୀ କୋଇଲି ମୁଣ୍ଢାକୁ ମୁଣ୍ଡରେ ଓ ଶରୀରରେ ବାରମ୍ବାର ପ୍ରହାର କରିଥିଲା ।

ଯେଉଁଥିପାଇଁ ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଖବର ପାଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ପୋଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Aug 4, 2020, 7:53 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.