ETV Bharat / state

ଭକ୍ଷକ ସାଜିଲା ସ୍ତ୍ରୀ, ପ୍ରେମିକ ସହ ମିଶି ନେଲା ସ୍ବାମୀର ଜୀବନ

ବାରିପଦାରେ ପତ୍ନୀ ସାଜିଲା ହତ୍ୟାକାରିଣୀ । ପରକୀୟା ପ୍ରୀତି ଯୋଗୁଁ ଭୁଲିଗଲା ନିଜ ସିନ୍ଦୁରର ମୂଲ୍ୟ ।

author img

By

Published : Jul 15, 2019, 9:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ପରକୀୟା ପ୍ରୀତି ନେଲା ଜୀବନ । ଯୋଜନାବଦ୍ଧ ଭାବେ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ବାରିକ । ଏପରି ଘଟଣା ଘଟିଛି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କିଆଖାଳି ଗାଁରେ । ରବିବାର ବାଲେଶ୍ଵର ଜିଲ୍ଲା ରାଇବଣିଆ ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା କିଆଖାଳି ଗାଁର ଶଙ୍କର୍ଷଣ ବାରିକଙ୍କ ଶବକୁ ଉଦ୍ଧାର କରାଯାଇଥିଲା । ଯାହାର ପର୍ଦ୍ଦାଫାସ କରିଛି ରାସଗୋବିନ୍ଦପୁର ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାମୁତାବକ, ସ୍ବାମୀ ଶଙ୍କର୍ଷଣ ବାରିକ, ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଓ ଦୁଇ ପିଲା ରାତ୍ରି ଭୋଜନ ସାରି ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ ଲକ୍ଷ୍ମୀପ୍ରିୟାର ପ୍ରେମିକ ବସ୍ତା ଥାନା ଜୁଳବନ୍ଧା ଗାଁର ସପନ ଦାସ ଔରଫ ଦିପୁ ପ୍ରେମିକା ଘରେ ପହଞ୍ଚିଥିଲା । ଏହାପରେ କୌଣସି କଥାକୁ ନେଇ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଘରେ କେହି ନ ଥିବା ସୁଯୋଗ ନେଇ ପ୍ରେମିକ ସପନ ଶଙ୍କର୍ଷଣଙ୍କ ତଣ୍ଟିକୁ ଚିପି ରଖିଥିବା ବେଳେ ପ୍ରେମିକକୁ ସହଯୋଗ କରିଥିଲେ ସ୍ତ୍ରୀ ।

ଏହି ସମସ୍ତ ଘଟଣାକ୍ରମକୁ ନେଇ ପୋଲିସ ଲକ୍ଷ୍ମୀପ୍ରିୟାକୁ ସନ୍ଦେହ ଘେରରେ ରଖି ପଚରାଉଚରା କରିବାରୁ ସମସ୍ତ ତଥ୍ୟ ସାମ୍ନାକୁ ଆସିଥିଲା । ଏହାକୁ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଗତକାଲି ବାଲେଶ୍ଵର ଜିଲ୍ଲା ରାଇବଣିଆ ଅଞ୍ଚଳରୁ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା କିଆଖାଳି ଗାଁ ର ଶଙ୍କର୍ଷଣ ବାରିକ ଙ୍କ ଶବ କୁ ଉଦ୍ଧାର କରାଯାଇଥିଲା ତେବେ ଆଜି ରାସଗୋବିନ୍ଦପୁର ପୋଲିସ ଘଟଣାର ପର୍ଦାଫାସ କରିଛି । Body:ପରକୀୟ ପ୍ରୀତି ନେଇଛି ଜୀବନ। ଯୋଜନା ବଦ୍ଧ ଭାବେ ନିଜ ପ୍ରେମିକ ସହ ମିଶି ସ୍ବାମୀ କୁ ମାରିଛି ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ବାରିକ। ଏପରି ଘଟଣା ଘଟିଛି ରାସଗୋବିନ୍ଦପୁର ଥାନା ଝାଟିଗଡା ପଞ୍ଚାୟତ ର କିଆଖାଳି ଗାଁ ରେ। ଶଙ୍କର୍ଷଣ ବାରିକ୍ (୪୨)ର ଶବ କୁ ପୁଲିସ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କଳମା ପଞ୍ଚାୟତ ର ଆମ୍ବତୋଟା ଠାରୁ ଏକ ଗାତ ରୁ ବାହାର କରି ଜବତ କରି ଶବ ବ୍ଯବଛେଦ କରିଛି । ସ୍ୱାମୀ ଶଙ୍କର୍ଷଣ ବାରିକ(୪୨),ସ୍ତ୍ରୀ ଲକ୍ଷ୍ମୀପ୍ରିୟା ବାରିକ ଏବଂ ୨ପିଲା ରାତ୍ରି ଭୋଜନ ସାରି ଶୋଇଥିଲେ। ହଠାତ ବିଳମ୍ବିତ ରାତିରେ ଲକ୍ଷ୍ମୀପ୍ରିୟାର ପ୍ରେମିକ ବସ୍ତା ଥାନା ଜୁଳବନ୍ଧା ଗ୍ରାମର ସପନ ଦାସ ଔରଫ ଦିପୁ ପ୍ରେମିକା ଘରେ ପହଞ୍ଚିଥିଲ କୌଣସି କଥାକୁ ନେଇ ଆରମ୍ଭ ହୋଇଥିଲା କାଠକଟାକଟି। ଘରେ କେହି ନ ଥିବା ସୁଯୋଗ ନେଇ ପ୍ରେମିକ ସପନ ଶଙ୍କର୍ଷଣ ଙ୍କ ତଣ୍ଟି କୁ ଚିପି ରଖିଥିବା ବେଳେ ପ୍ରେମିକକୁ ସହଯୋଗ କରିଥିଲେ ସ୍ତ୍ରୀ। ଘଟଣାକ୍ରମକୁ ନେଇ ପୋଲିସ ଲକ୍ଷ୍ମୀପ୍ରିୟା କୁ ସନ୍ଦେହ ଘେରରେ ରଖି ପଚରାଉଚରା କରିବାରୁ ସତ ସ୍ୱୀକାର କରିଥିଲା ପରେ ଲକ୍ଷ୍ମୀପ୍ରିୟା ର କହିବା ଅନୁଯାୟୀ ପ୍ରେମିକକୁ ପୋଲିସ ଗିରଫ କରିବା ରେ ସଫଳ ହୋଇଛି। ଏବଂ ଉଭୟ ମିଳିମିଶି ହତ୍ୟା କରିଥିବା ସ୍ୱୀକାର କରିଥିଲେ। ଏହାକୁ ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.