ETV Bharat / state

ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହେଲେ ଭାରୋତ୍ତଲନକାରୀ ସ୍ନେହା ସୋରେନ - mayurbhanj

କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରୋତ୍ତଲନକାରୀ ସ୍ନେହା ସୋରେନ। ଭାରତ ପାଇଁ ପ୍ରତିନିଧିତ୍ବ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ଥରରେ ଭାରଉତ୍ତୋଲନ ପ୍ରତିଯୋଗିତାରେ ଅନେକ ପଦକ ହାସଲ କରିଛନ୍ତି ସ୍ନେହା। ଅଧିକ ପଢ଼ନ୍ତୁ...

ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହେଲେ ଭାରଉତ୍ତୋଲନକାରୀ ସ୍ନେହା ସୋରେନ

author img

By

Published : Nov 9, 2020, 7:10 PM IST

ବାରିପଦା: କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରୋତ୍ତଲନକାରୀ ସ୍ନେହା ସୋରେନ। ଭାରତ ପାଇଁ ପ୍ରତିନିଧିତ୍ବ କରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ଥରରେ ଭାରଉତ୍ତୋଲନ ପ୍ରତିଯୋଗିତାରେ ଅନେକ ପଦକ ହାସଲ କରିଛନ୍ତି ସ୍ନେହା। ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହେବାପରେ ଏକ ଭିଡିଓ ଜାରି କରି ସେ ଖୁସି ଜାହିର କରିଛନ୍ତି।

ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ ହେଲେ ଭାରଉତ୍ତୋଲନକାରୀ ସ୍ନେହା ସୋରେନ

୨୦୦୧ ମସିହା ମେ' ମାସ ୨ ତାରିଖରେ ମୋରୋଡ ବ୍ଲକ ଦାନ୍ତିଆମୁଁହା ଗ୍ରାମପଞ୍ଚାୟତ ଶିଖରଘାଟି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ମୟୂରଭଞ୍ଜର ସୁନା ଝିଅ ସ୍ନେହା ସୋରେନ। ପିଲାଟି ଦିନରୁ ନିଜ ବାପା ଓ ମାଆଙ୍କୁ ହରାଇବା ପରେ କାକା ପୁଅ ଭାଇ ଦେବେନ୍ଦ୍ର ସୋରେନଙ୍କ ପାଖରେ ରହିଥିଲେ ସ୍ନେହା। ସେଠାରୁ ସ୍ନେହାଙ୍କୁ ଭାର ଉତ୍ତୋଳନ ପାଇଁ ପ୍ରେରଣା ଯୋଗାଇଥିଲେ ଦେବେନ୍ଦ୍ର ସୋରେନ। ଏହାପରେ ସେ ପରେଶ ମହାନ୍ତଙ୍କ ନିକଟରେ ପ୍ରଶିକ୍ଷଣ ନେଇ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣି ଦେଇଛନ୍ତି।

ସ୍ନେହା ନିଜ ସଫଳତାର ଶ୍ରେୟ ନିଜ ଗୁରୁ ପରେଶ ମହାନ୍ତଙ୍କୁ ଦେଇଛନ୍ତି। ଆଗକୁ ଗୁରୁଙ୍କ ଆଶୀର୍ବାଦ ତାଙ୍କୁ ଆହୁରି ବଡ଼ ସ୍ଥାନରେ ପହଞ୍ଚାଇବା ନେଇ ଆଶାବାଦୀ ରହିଛନ୍ତି ସ୍ନେହା। ଆଗକୁ ଦେଶ ପାଇଁ ଆହୁରି ପଦକ ଜିତିବା ତାଙ୍କର ଲକ୍ଷ ରହିଛି। ବର୍ତ୍ତମାନ ସ୍ନେହା ସୋରେନ ପଞ୍ଜାବର ପଟିଆଲାରେ ଆଗାମୀ ଚାମ୍ପିଆନସିପ ପାଇଁ ତାଲିମ ଜାରି ରଖିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.