ETV Bharat / state

ଜୁଲାଇ 31 ଯାଏଁ ମୟୂରଭଞ୍ଜରେ ସାପ୍ତାହିକ ହାଟ ବନ୍ଦ - weekly market close by mayurbhanj

ମୟୂରଭଞ୍ଜ ଜିଲ୍ଲାରୁ ଗୁରୁବାର ପୁଣି ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଜିଲ୍ଲାରେ କୋରୋନା କୁ ନେଇ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ମୟୂରଭଞ୍ଜ ଜିଲ୍ଲାରେ ଜୁଲାଇ 31 ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ

author img

By

Published : Jul 9, 2020, 9:13 PM IST

ବାରିପଦା: ପୁଣି ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ । ମୟୂରଭଞ୍ଜ ଜିଲ୍ଲାରୁ ଗୁରୁବାର ପୁଣି ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଜିଲ୍ଲାରେ କୋରୋନା କୁ ନେଇ ପ୍ରଶାସନ ପକ୍ଷରୁ ସାପ୍ତାହିକ ହାଟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାରେ ଜୁଲାଇ 31 ପର୍ଯ୍ୟନ୍ତ ସାପ୍ତାହିକ ହାଟ ବନ୍ଦ

ମୟୂରଭଞ୍ଜ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୪ ଛୁଇଁଥିବା ବେଳେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବାକୁ ମୟୁରଭଞ୍ଜ ଜିଲ୍ଲାପାଳ ପ୍ରୟାସ କରିଛି । ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ହାଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ମୟୁରଭଞ୍ଜ ଜିଲ୍ଲାର ବାରିପଦା ସହର ସମେତ ରାଇରଙ୍ଗପୁର, ଉଦଳା, କରଞ୍ଜିଆ ସବଡିଭିଜନ ସହ ୨୬ ଟି ବ୍ଲକରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ହାଟ ବନ୍ଦ ପାଇଁ ସମସ୍ତ ଉପଜିଲ୍ଲାପାଳ, ବି ଡି ଓ , ତହସିଲଦାର,ପୋଲିସ ବିଭାଗ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଭିନିତ ଭରଦ୍ବାଜ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 304 ଥିଲା ବେଳେ 96 ଆକ୍ଟିଭି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 207 ଜଣ ସୁସ୍ଥ ଲାଭ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.