ETV Bharat / state

ବ୍ୟାଙ୍କ କାନ୍ଥ ଭାଙ୍ଗି ଡକାୟତି ଉଦ୍ୟମ, ୪ ଦୁର୍ବୃତ୍ତ ଫେରାର - ରାଇରଙ୍ଗପୁର

ମୟୂରଭଞ୍ଜ ଜିଲ୍ଲାରେ ପୁଣି ମାତିଛନ୍ତି ଲୁଟେରା । ଡକାୟତମାନେ ୟୁକୋ ବ୍ୟାଙ୍କର କାନ୍ଥ ଭାଙ୍ଗି ଡକାୟତି ଉଦ୍ୟମ କରିଛନ୍ତି । ଘଟଣାରେ ସମ୍ପୃକ୍ତ ୪ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ପୋଲିସ ପାଟ୍ରୋଲିଂ ଟିମ୍ କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର
author img

By

Published : Mar 24, 2019, 11:38 AM IST

ରାଇରଙ୍ଗପୁର: ଦିନକୁ ଦିନ ବଢିଚାଲିଛି ଡକାୟତି, ଲୁଟ ଭଳି ଅପରାଧ । ପୁଣି ଏମିତି ଏକ ବ୍ୟାଙ୍କ ଲୁଟର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନାରେ ଅନ୍ତର୍ଗତ ରାଇରଙ୍ଗପୁର ୟୁକୋ ବ୍ୟାଙ୍କରେ । ଡକାୟତମାନେ ୟୁକୋ ବ୍ୟାଙ୍କର କାନ୍ଥ ଭାଙ୍ଗି ଡକାୟତି ଉଦ୍ୟମ କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଚୋରମାନେ ବ୍ୟାଙ୍କର କାନ୍ଥ ଭାଙ୍ଗି ଭିତରକୁ ପଶିଥିଲେ । ତେବେ ରାଇରଙ୍ଗପୁର ଟାଉନ ଥାନାର ପାଟ୍ରୋଲିଂ ଗାଡ଼ି ରାତି ପ୍ରାୟ 3ଟା ସମୟରେ ବଜାର ଭିତରେ ପାଟ୍ରୋଲିଂ କରୁଥିଲା ।ପୋଲିସ ଗାଡିକୁ ଦେଖି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଘଟଣାରେ ସମ୍ପୃକ୍ତ ୪ ଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ପୋଲିସ ପାଟ୍ରୋଲିଂ ଟିମ୍ ଦେଖିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ରାଇରଙ୍ଗପୁର

ଚୋରମାନେ ଛାଡ଼ିଥିବା ଚପଲ ଓ ଗ୍ଲୋବ୍ସକୁ ରାଇରଙ୍ଗପୁର ଟାଉନ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସାଇନ୍ଟିଫିକ୍ ଟିମକୁମଧ୍ୟ ଡକାଇଛି । ତେବେ ବ୍ୟାଙ୍କରୁ କ’ଣ ସବୁ ଚୋରି ହୋଇଛି କି ଚୋରି ଉଦ୍ୟମ ବିଫଳ ହୋଇଛି ସେ ସମ୍ପର୍କରେ ପୋଲିସ ତଦନ୍ତ ପରେ ଜଣାପଡ଼ିବ ।

ତେବେ ରାଇରଙ୍ଗପୁର ସହରର ମୁଖ୍ୟ ବଜାରରେ ଥିବା ବ୍ୟାଙ୍କର କାନ୍ଥ ଭାଙ୍ଗି ଡକାୟତି ଉଦ୍ୟମ ଘଟଣା । ସେ ପୁଣି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.