ETV Bharat / state

ଉଛୁଳିଲା ଜମ୍ଭୀରା: ରାସ୍ତାରେ ବନ୍ୟାଜଳ, ଯାତାୟାତ ଠପ - ଜମ୍ଭୀରା ନଦୀରେ ବନ୍ୟା

ମୟୂରଭଞ୍ଜ ଜମ୍ଭୀରା ନଦୀରେ ବନ୍ୟା । ନଦୀରେ ହଠାତ ବନ୍ୟାପାଣି ଆସି ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ ବାହ୍ୟଜଗତରୁ ବିଚ୍ଛିନ୍ନ । ଅଧିକ ପଢନ୍ତୁ...

ଜମ୍ଭୀରା ନଦୀରେ ବନ୍ୟା : ରାସ୍ତା ଉପରେ ବନ୍ୟାଜଳ , ଯାତାୟାତ ଠପ

author img

By

Published : Sep 22, 2021, 9:11 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଜମ୍ଭୀରା ନଦୀରେ ବନ୍ୟା । ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ସନ୍ଧ୍ୟାରେ ଜମ୍ଭୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀରେ ହଠାତ ପାଣି ବଢିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ରାତି ଅଧରେ ପାଣି ବଢିବାରୁ ମୋରଡ଼ା ବ୍ଲକ ଘୋଳମୁହାଁ, ଗଣ୍ଡାଗୁହାଳି, ଇଟାପୋଖରୀ, ବଇଞ୍ଚଡିହା, ରତନପୁର, ବଣଗାଁ, ତେନ୍ତୁଳିବାଟି, ଭରଡ଼ାନଣ୍ଡା ଓ ନଦୀ କୁଳରେ ଥିବା ଗାଁ ଗୁଡିକରେ ବନ୍ୟା ପାଣି ପଶିଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଉଛୁଳିଲା ଜମ୍ଭୀରା: ରାସ୍ତାରେ ବନ୍ୟାଜଳ, ଯାତାୟାତ ଠପ

ହଜାର ହଜାର ଲୋକ ପାଣି ଘେରରେ ଥିବାବେଳେ ଅଗ୍ନିଶମ ବିଭାଗର କର୍ମଚାରୀ ଗ୍ରାମବାସୀଙ୍କୁ ଉଦ୍ଧାର କରିଛନ୍ତି । ଭଡରାନଣ୍ଡା ଓ ଶୀଳଦା ଠାରେ ଜମ୍ଭୀରା ପୋଲ ଉପରେ ୩ ଫୁଟରୁ ଅଧିକ ଉଚ୍ଚରେ ବନ୍ୟାଜଳ ପ୍ରଭାବିତ ହେଉଛି । ଚିତ୍ରଡା ରାଜଘାଟ ଏବଂ ୬୧ ନମ୍ବର ରାଜ୍ୟ ରାଜପଥର ଚିତ୍ରଡା ଅମରଦା ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଛି। ତେବେ ବନ୍ୟା ଯୋଗୁଁ ଶହ ଶହ ଘର ଭାଙ୍ଗି ଥିବା ଜଣାପଡିଛି। ପାଣି ଘେରରୁ ଉଦ୍ଧାର କରାଯାଇ ଲୋକଙ୍କୁ ବିଭିନ୍ନ ସରକାରୀ ସ୍କୁଲ ଗୃହରେ ରଖାଯାଇଛି। କିଛି ସ୍ଥାନରେ ରାତିରେ ଲୋକଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.