ETV Bharat / state

ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି, ମୟୂରଭଞ୍ଜ-କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ - yaash

ଚାଲିଯାଇଛି ବାତ୍ୟା । ହେଲେ ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି, ଯେଉଁଥିପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଅଧିକ ପଢନ୍ତୁ...

ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି, ମୟୂରଭଞ୍ଜ-କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

author img

By

Published : May 27, 2021, 4:07 PM IST

ରାଇରଙ୍ଗପୁର: ବାତ୍ୟା ପରେ ଏବେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଥିବା ଯୋଗୁଁ ମୟୂରଭଞ୍ଜ ଓ କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ଗ୍ରାମ ନିକଟସ୍ଥ ଜାତୀୟ ରାଜପଥରେ ।

ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି, ମୟୂରଭଞ୍ଜ-କେନ୍ଦୁଝର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଚଢେଇଭୋଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ପୋଲ ଏବେ ବନ୍ୟା ଜଳରେ ବୁଡି ରହିଛି । ଯାହା ଫଳରେ ମୟୂରଭଞ୍ଜ-କେନ୍ଦୁଝର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେବା ସହିତ ଦୁଇପଟୁ ଯାନବାହାନ ଚଳାଚଳ ବ୍ୟାହତ ହୋଇଛି । ଘଟଣାସ୍ଥଳରେ କରଞ୍ଜିଆ ଉପଜିଲ୍ଲାପାଳ ଡ଼ ରଜନୀକାନ୍ତ ବିଶ୍ବାଳ ପରିଦର୍ଶନରେ ପହଞ୍ଚି ଥିଲେ । ଛିଡ଼ା ହୋଇଥିବା ଯାନବାହାନ ଗୁଡ଼ିକୁ ଯାତାୟାତ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.