ETV Bharat / state

ଅସହାୟ ନାବାଳିକାକୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ସେଚ୍ଛାସେବୀ

ମାନବିକତା ଦେଖାଇ ଡାକ୍ତରଖାନାରେ ଚିକିତ୍ସା କରାଇ ନୂତନ ପୋଷାକ ସହ ଖାଦ୍ୟ ପ୍ରଦାନ କଲେ ସ୍ଥାନୀୟ ସମାଜସେବୀ । ଏଭଳି ଏକ ଭଲ ଖବର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅଞ୍ଚଳରେ । ଅଧିକ ପଢନ୍ତୁ...

Volunteer rescues the minor from death
ଅସହାୟ ନାବାଳିକାକୁ ମୃତ୍ୟୁ ମୁଖରୁ ଉଦ୍ଧାର କଲେ ସେଚ୍ଛାସେବୀ
author img

By

Published : Oct 2, 2020, 10:28 PM IST

ରାଇରଙ୍ଗପୁର: ମାନବିକତା ଦେଖାଇ ଡାକ୍ତରଖାନାରେ ଚିକିତ୍ସା କରାଇ ନୂତନ ପୋଷାକ ସହ ଖାଦ୍ୟ ପ୍ରଦାନ କଲେ ସ୍ଥାନୀୟ ସମାଜସେବୀ । ଏଭଳି ଏକ ଭଲ ଖବର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅଞ୍ଚଳରେ ।

ଅସହାୟ ନାବାଳିକାକୁ ମୃତ୍ୟୁ ମୁଖରୁ ଉଦ୍ଧାର କଲେ ସେଚ୍ଛାସେବୀ

ସୂଚନା ଅନୁସାରେ, ଗୋରୁମହିଷାଣୀ-ଗୁହାଳଡାଙ୍ଗିରୀ ମୁଖ୍ୟ ରାସ୍ତାର ତୋଲକ୍ ଯାତ୍ରୀ ପ୍ରତିକ୍ଷାଳୟ ନିକଟରେ ଦିର୍ଘ ୧୦ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜଣେ ଅଚିହ୍ନା ଅସୁସ୍ଥ ନାବାଳିକା ପଡି ରହି ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ କାହାରି ନଜରରେ ଆସିନଥିଲା । ସ୍ଥାନୀୟ ଅଞ୍ଚଳରେ ହାଟ ଥିବାରୁ ବଜାରକୁ ହଜାର ହଜାର ଲୋକ ଉକ୍ତ ରାସ୍ତାରେ ଯିବା ଆସିବା କରୁଥିଲେ । ସମସ୍ତେ ଦେଖୁଥିଲେ କିନ୍ତୁ କେହି ପଚାରୁ ନଥିଲେ ସେ ବଞ୍ଚିଛି ନା ମରିଛି । ତେବେ ଚୋଲକ ଗ୍ରାମର ଜଗଦିଶ ପାତ୍ର ଓ ମନିଷ ମାଝି ଉକ୍ତ ଘଟଣା ସମ୍ପର୍କରେ କିଛି ସ୍ଥାନୀୟ ସମାଜସେବୀଙ୍କୁ ଜଣାଇଥିଲେ।

ଘଟଣା ବିଷୟରେ ଜାଣିବା ପରେ ଘଟଣାସ୍ଥଳରେ ସମାଜସେବୀ ତୁଷାର କାନ୍ତ ମହାନ୍ତ, ଲକ୍ଷ୍ମଣ ଟୁଡୁ ଓ ଦୁର୍ଗା ମହାନ୍ତି ପହଞ୍ଚି କୋଭିଡ- ୧୯ର ନିୟମ ପାଳନ କରି ୧୦୮ ଆମ୍ବୁଲାନ୍ସରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଡାକ୍ତର ସେଠାରେ କୋରୋନା ପରୀକ୍ଷା ସହ ସ୍ୱାସ୍ଥ୍ୟ ଚିକିତ୍ସା କରାଇଥିଲେ । ପରେ ନାବାଳିକା ସୁସ୍ଥ ହେବା ପରେ ତାଙ୍କୁ ବାରିପଦା ସ୍ଥିତ ୱନ ଷ୍ଟେପ ସେଣ୍ଟରରେ ରଖିବା ସହ ସମାଜସେବୀଙ୍କ ପକ୍ଷରୁ ନାବାଳିକାଙ୍କୁ ନୂତନ ବସ୍ତ୍ର ଓ କିଛି ଖାଦ୍ୟ ପ୍ରଦାନ କରିଥିବା ଜଣାପଡିଛି ।

ନାବାଳିକାଙ୍କ ପରିଚୟ ମିଳିନଥିବା ବେଳେ କେହି ଏସମ୍ପର୍କରେ କିଛି ତଥ୍ୟ ଜାଣିବାକୁ ପାଇଲେ ତୁରନ୍ତ ୱନ ଷ୍ଟୋପ ସେଣ୍ଟର ସହିତ ଯୋଗାଯୋଗ କରିବାକୁ କୁହାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.