ETV Bharat / state

ବନ୍ଦ ବେଳେ ଆନ୍ଦୋଳନକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ସ୍ଥାନୀୟ ବାସିନ୍ଦା

ଆଜି ଆଦିବାସୀ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ବେଳେ ରାଇରଙ୍ଗପୁରରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀ ମାନେ ରାଇରଙ୍ଗପୁରରେ ଜୋର ଜବରଦସ୍ତ ଦୋକାନ ବଜାର ବନ୍ଦ କରୁଥିବା ସହ ସ୍ଥାନୀୟ ଦୋକାନୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନକାରୀଙ୍କୁ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Mar 5, 2019, 9:43 PM IST

ରାଇରଙ୍ଗପୁର: ଆଜି ଆଦିବାସୀ ଦଳିତ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛି । ବନ୍ଦ ପାଳନ ବେଳେ ରାଇରଙ୍ଗପୁରରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଆନ୍ଦୋଳନକାରୀ ମାନେ ରାଇରଙ୍ଗପୁରରେ ଜୋର ଜବରଦସ୍ତ ଦୋକାନ ବଜାର ବନ୍ଦ କରୁଥିବା ସହ ସ୍ଥାନୀୟ ଦୋକାନୀଙ୍କୁ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ଆନ୍ଦୋଳନକାରୀଙ୍କୁ ସ୍ଥାନୀୟ ଲୋକେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ଏହି ବନ୍ଦ ଡାକରାରେ ରାଇରଙ୍ଗପୁର, ଯଶିପୁର, କରଞ୍ଜିଆ, ତିରିଂ, ବହଳଦା ଓ ବିଶୋଇରେ ସବୁ ଦୋକାନ ବଜାର ପେଟ୍ରୋଲ ପମ୍ପ ଖୋଲା ରହିଥିଲା ବେଳେ ବନ୍ଦର ପ୍ରଭାବ ପଡିନଥିଲା । କେବଳ ବସ୍ ଟ୍ରକ୍ ଚଳାଚଳ ବନ୍ଦ ରହିଥିଲା ।

ମାଡ଼ ଖାଇଥିବା ସୁଧାକର ସାହୁ, କମଲ ଲୋଚନ ରଣା, ଦିବ୍ୟଲଚୋନ ରଣା, ହିମାଂଶୁ ରଣା, ମିହିର ବିଶ୍ବାଳ, ରମାକାନ୍ତ ରଣା ଓ ପଦ୍ମଲୋଚନ ରଣା ଥାନାକୁ ଯାଇ ଏକ ଲିଖିତ ଅଭିଯୋଗ କରିଥିଲେ । ରାଇରଙ୍ଗପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଏଠାରେ ସୂଚନାଯୋଗ୍ୟ, ଆଦିବାସୀଙ୍କୁ ନିଜ ମାଟିରୁ ବେଦଖଲ କରିବା ନେଇ ଆର୍ଥିକ ଆଧାରରେ 10 ପ୍ରତିଶତ ସଂରକ୍ଷଣ ନେଇ ସମ୍ବିଧାନରେ ଥିବା ମୌଳିକ ଅଧିକାରର ଧାରା ୧୬(୪) ର ଉଲଙ୍ଘନ କରିବା ବିରୁଦ୍ଧରେ ଏସଟି ଏସସି ଓ ଓବିସିଙ୍କୁ ପ୍ରତିଧିତ୍ବବିହୀନ କରିବା ବିରୁଦ୍ଧରେ ଏବଂ ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ଭାରତ ବନ୍ଦ ଡାକରା ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ନ୍ୟୁଜ୍

Intro:Body:

ASDFASDFASDFASDFASDFASDFSADFSDFSDAF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.