ETV Bharat / state

ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଅଭିଯୋଗ, ଗ୍ରାମବାସୀଙ୍କ ବ୍ଲକ୍ କାର୍ଯ୍ୟାଳୟ ଘେରାଉ - Awas Yojna

ସରକାର ବିଭିନ୍ନ ଜନହିତକର ଯୋଜନା ମାନ ପ୍ରଣୟନ କରିଆସୁଥିଲେ ସୁଦ୍ଧା ସ୍ଥାନୀୟ ବାସିନ୍ଦାଙ୍କ ପାଖରେ ପହଞ୍ଚି ପାରିନାହିଁ । ଏନେଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଅଭିଯୋଗରେ ଗ୍ରାମବାସୀଙ୍କ ବ୍ଲକ୍ କାର୍ଯ୍ୟାଳୟ ଘେରାଉ

author img

By

Published : Sep 6, 2021, 9:49 PM IST

ରାଇରଙ୍ଗପୁର: ଆବାସ ଯୋଜନାରୁ ବଞ୍ଚିତ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ସହିତ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଅଭିଯୋଗରେ ଗ୍ରାମବାସୀଙ୍କ ବ୍ଲକ୍ କାର୍ଯ୍ୟାଳୟ ଘେରାଉ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ଭାଲୁବସା ଗ୍ରାମପଞ୍ଚାୟତର ସିନ୍ଦୁରଗୌରୀ ଗାଁରେ ପହଞ୍ଚିପାରିନି ସରକାରଙ୍କ କିଛି ଜନହିତକର ଯୋଜନା । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ।

ତେବେ ରାଇରଙ୍ଗପୁର ବ୍ଲକ ଭାଲୁବସା ପଞ୍ଚାୟତର ସବୁ ଗ୍ରାମକୁ ବିଜୁ ପକ୍କାଘର ମଞ୍ଜୁର ହୋଇଥିବାବେଳେ ଏକମାତ୍ର ସିନ୍ଦୁରଗୌରୀ ଗ୍ରାମକୁ ଏହି ତାଲିକାରେ ସାମିଲ କରାଯାଇ ନାହିଁ। ଯାହାକୁ ନେଇ ଦୁଇ ବର୍ଷ ହେବ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଧାଇଁ ଧାଇଁ ନୟାନ୍ତ ହୋଇ ପଡିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରାଇରଙ୍ଗପୁର ମ୍ୟୁନିସିପାଲଟି ଘୋଷଣା ପରେ ସିନ୍ଦୁରଗୌରୀ ଗ୍ରାମକୁ ମ୍ୟୁନିସିପାଲଟି ଅନ୍ତର୍ଗତ ଅଞ୍ଚଳରେ ନିଆଯାଇଥିଲା ।

ଫଳରେ ଭାଲୁବାସା ଗ୍ରାମପଞ୍ଚାୟତରୁ ଏହି ଗ୍ରାମଟି ବାଦ୍ ପଡିଥିଲା । ପରେ ୨୦୧୯ ମସିହାରେ ପୁଣି ମ୍ୟୁନିସିପାଲଟି ତରଫରୁ ଏହି ଗ୍ରାମକୁ ବାଦ କରାଯାଇଥିଲା । ତେବେ ଦୀର୍ଘ ଦୁଇ ବର୍ଷ ହେବ ଏସସିଇସି ତାଲିକା ପଞ୍ଚାୟତ ଅଧିନରେ ଯାଉନଥିବାରୁ ସିନ୍ଦୁରଗୌରି ଗ୍ରାମର ଲୋକେ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଏନେଇ ଆଜି (ସୋମବାର) ସିନ୍ଦୁରଗୌରି ଗ୍ରାମର ଗ୍ରାମବାସୀ ରାଇରଙ୍ଗପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହିତ ରାଇରଙ୍ଗପୁର ବିଡ଼ିଓ ସାଗର ମୁର୍ମୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେପଟେ ପ୍ରଶାସନ ତରଫରୁ ଗ୍ରାମକୁ ଉପେକ୍ଷା କରାଯାଇ ଗରିବ ଖଟିଖିଆ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ଯଥାଶୀଘ୍ର ପ୍ରଶାସନ ତରଫରୁ ବାସଗୃହ ଯୋଗାଇ ଦିଆ ନ ଗଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.