ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଧିନରେ ଥିବା ବୈଦ୍ୟନାଥ ଗାଁରେ ହାତୀ ଆତଙ୍କ। ସଞ୍ଜ ନଇଁବା ବେଳକୁ ହାତୀପଲ ଗାଁ ମୁହାଁ ହେଉଥିବା ଦେଖିବାକୁ ମିଳିଛି । ବୈଦ୍ୟନାଥ ଗାଁ ନିକଟରେ ପ୍ରାୟ ୨୦ ଟି ହାତୀ ଓ ହାତୀ ଛୁଆପଲ ଥିବାର ଜଣାପଡିଛି।
ତେବେ କରଞ୍ଜିଆ ବନଖଣ୍ଡର ସମସ୍ତ କର୍ମଚାରୀ ହାତୀ ଘଉଡେଇବା କାମରେ ନିୟୋଜିତ ଥିବା ବେଳେ ସମସ୍ତ କର୍ମଚାରୀ ହାତୀ ଘଉଡେଇବା ପାଇଁ ନାକେଦମ ହୋଇଛନ୍ତି । ଗାଁ ମଧ୍ୟରେ ହାତୀ ପଲ ପ୍ରବେଶ କରିବା ଆଶଙ୍କାରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ