ETV Bharat / state

ତହସିଲଦାରଙ୍କୁ ଅଟକ ଘଟଣା, ରାସ୍ତା ନିର୍ମାଣ ପ୍ରତିଶୃତି ପରେ ଛାଡିଲେ ଗ୍ରାମବାସୀ - mayurbhanj news

ରଖିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାରଙ୍କୁ ଗ୍ରାମାବାସୀ ଅଟକ ରଖିବା ଘଟଣା । ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେବା ପରେ ତହସିଲଦାରଙ୍କୁ ଛାଡିଲେ ଗ୍ରାମବାସୀ । ଅଧିକ ପଢନ୍ତୁ... ଅଧିକ ପଢନ୍ତୁ...

ତହସିଲଦାରଙ୍କୁ ଅଟକ ଘଟଣା, ରାସ୍ତା ନିର୍ମାଣ ପ୍ରତିଶୃତି ପରେ ଛାଡିଲେ ଗ୍ରାମବାସୀ

author img

By

Published : Oct 27, 2020, 9:27 PM IST

Updated : Oct 27, 2020, 10:26 PM IST

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲଦାରଙ୍କୁ ଗ୍ରାମାବାସୀ ଅଟକ ରଖିବା ଘଟଣା । ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେବା ପରେ ମୋରଡା ତହସିଲଦାର ପ୍ରିୟଦର୍ଶନୀ ମଲ୍ଲିକଙ୍କୁ ଛାଡିଲେ ଗ୍ରାମବାସୀ ।

ତହସିଲଦାରଙ୍କୁ ଅଟକ ଘଟଣା, ରାସ୍ତା ନିର୍ମାଣ ପ୍ରତିଶୃତି ପରେ ଛାଡିଲେ ଗ୍ରାମବାସୀ

ସୂଚନାଅନୁଯାୟୀ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ଅନ୍ତର୍ଗତ ବଡମୁଣ୍ଢାବଣି ଗାଁ ରେ ପହଞ୍ଚି ବେଆଇନ ବାଲିଘାଟ ବନ୍ଦ ସହ ନଦୀକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି ଦେଇଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ଆଗକୁ ଧାନ ଅମଳର ସମୟ ଥିବାରୁ ରାସ୍ତା ଖୋଳିଲେ ଚାଷ ଜମିରୁ ଧାନ ଆଣିବାରେ ସମସ୍ୟା ସୃଷ୍ଟି ହେବ । ଏହାକୁ ନେଇ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ତହସିଲଦାର ଖୋଳିଥିବା ରାସ୍ତାକୁ ମରାମତି କରିବା ପରେ ତହସିଲଦାରଙ୍କୁ ଗ୍ରାମବାସୀ ଛାଡିବେ ବୋଲି ବୋଲି କହିଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ମୋରଡ଼ା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଛନ୍ତି । ଏହାପରେ ଗ୍ରାମବାସୀଙ୍କୁ ତହସିଲଦାର ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି । ଏହା ପରେ ତହସିଲଦାରଙ୍କୁ ଗ୍ରାମବାସୀ ଛାଡିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଥମିଥିବା ଜଣାପଡିଛି । ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରାମରେ ଜେସିବି ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 27, 2020, 10:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.