ETV Bharat / state

ଶୁଣିଲାନି ପ୍ରଶାସନ, ନିଜସ୍ବ ଉଦ୍ୟମରେ ପୋଲ ତିଆରି କଲେ ଗ୍ରାମବାସୀ - ଆତ୍ମନିର୍ଭର ହୋଇ ନିଜେ ପୋଲ ତିଆରି କଲେ ଗ୍ରାମବାସୀ

ଖଡ଼ାଖାଇ ନଦୀ ଉପରେ ପୋଲ ନିର୍ମାଣ ପାଇଁ ପ୍ରାଶାସନକୁ ଗୁହାରି କରି କରି ଥକି ଯାଇଥିଲେ ବିଜାତଳା ବ୍ଲକର ବାଲିକୋଠା ଓ କୁସୁମୀ ବ୍ଲକର ମୁରୁମଡିହି ଗ୍ରାମବାସୀ । ତେବେ ବର୍ଷା ଦିନରେ ହନ୍ତସନ୍ତ ହେବା କଥା ଚିନ୍ତା କରି ନିଜ ଉଦ୍ୟମରେ ତିଆରି କରିଛନ୍ତି ଏକ କଂକ୍ରିଟ ପୋଲ । ଅଧିକ ପଢ଼ନ୍ତୁ...

ଶୁଣିଲାନି ପ୍ରଶାସନ, ଆତ୍ମନିର୍ଭର ହୋଇ ନିଜେ ପୋଲ ତିଆରି କଲେ ଗ୍ରାମବାସୀ

author img

By

Published : Jul 22, 2020, 3:00 PM IST

ରାଇରଙ୍ଗପୁର: ଗ୍ରାମାଞ୍ଚଳର ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇଦେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଣୟନ କରିଛନ୍ତି ବିଭିନ୍ନ ଜନହିତକର ଯୋଜନା। କିନ୍ତୁ ବାସ୍ତବ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗ୍ରାମାଞ୍ଚଳରେ ପହଞ୍ଚି ପାରେ ନାହିଁ । ଲୋକେ କେବଳ ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୁଅନ୍ତି । ଏମିତି ହିଁ କିଛି ସରକାରୀ ଅବହେଳାର ଦୃଶ୍ୟ ଦେଖିବାକୁ ମିଳିଥିଲା ମୟୂରଭଞ୍ଜ ଜିଲ୍ଲାର ସୁଲେଇପାଟ ଅଞ୍ଚଳରେ। ଅନେକ ବର୍ଷ ଧରି ଖଡ଼ଖାଇ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ନେତା, ମନ୍ତ୍ରୀ, ବିଧାୟକ ମେୟର ସଭିଙ୍କ ନିକଟରେ ଫେରାଦ ହୋଇଥିଲେ ଗ୍ରାମବାସୀ କିନ୍ତୁ ମିଳି ନଥିଲା କୌଣସି ସୁଫଳ । ତେବେ ସରକାରଙ୍କ ହାତକୁ ନଚାହିଁ ଗ୍ରାମବାସୀ ଏବେ ନିଜ ଉଦ୍ୟମରେ ନଦୀ ଉପରେ ତିଆରି କରିଛନ୍ତି ଏକ କଂକ୍ରିଟ ପୋଲ ।

ଶୁଣିଲାନି ପ୍ରଶାସନ, ଆତ୍ମନିର୍ଭର ହୋଇ ନିଜେ ପୋଲ ତିଆରି କଲେ ଗ୍ରାମବାସୀ

ବଣ ପାହାଡ ଘେରା ମୟୂରଭଞ୍ଜ ଜିଲ୍ଲା ର ସୁଲେଇପାଟ ଅଞ୍ଚଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଥିବା ବେଳେ ଡ୍ୟାମ୍ ଓ ଲୌହ ଖଣି ପାଇଁ ଏହା ବେଶ ପ୍ରସିଦ୍ଧ। ମୟୂରଭଞ୍ଜ ଜିଲ୍ଲାର ସୁଲେଇପାଟ ଅଞ୍ଚଳ ଯାହା କୁସୁମୀ ବ୍ଲକର ମୟୂରଦର ପଞ୍ଚାୟତ ଅଧିନରେ ରହିଛି, ଏବଂ ମୟୂରଦର ପଞ୍ଚାୟତକୁ ଲାଗି ରହିଛି ବିଜାତଳା ବ୍ଲକର ବଣକାଟି ପଞ୍ଚାୟତ । ଉଭୟ ପଞ୍ଚାୟତ ମଝିରେ ରହିଛି ସୁଲେଇପାଟ ଅଞ୍ଚଳରୁ ବହି ଆସୁଛି ଖଡ଼ଖାଇ ନଦୀ । ନଦୀ ସେପଟେ ବିଜାତଳା ବ୍ଲକର ବାଲିକୋଠା ଗ୍ରାମ ରହିଥିବା ବେଳେ ଏପଟେ ରହିଛି କୁସୁମୀ ବ୍ଲକର ମୁରୁମଡିହି ଗ୍ରାମ । ସୁଲେଇପାଟ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର, ପୋଷ୍ଟ ଅଫିସ, ବ୍ୟାଙ୍କ, ହାଟ ବଜାର, ଫାଣ୍ଡି, ଲୌହଖଣି ଏବଂ ସ୍କୁଲ ଉପରେ ବିଜାତଳା ବ୍ଲକ ଅନ୍ତର୍ଗତ ବାଲିକୋଠା ଗ୍ରାମ ସମେତ 13ଟି ଗ୍ରାମର ଲୋକେ ନିର୍ଭରଶୀଳ। ଆଉ ଯାତାୟତ ପାଇଁ ସେମାନଙ୍କୁ ପାରି ହେବାକୁ ହୁଏ ଖଡ଼ାଖାଇ ନଦୀ ।

ତେବେ ଖରାଦିନ ତ ଯେମିତି ସେମିତି କଟିଯାଏ, ବର୍ଷା ଦିନ ସାଜେ ବାଧକ । ବର୍ଷା ଦିନେ ପୋଲ ଉପରେ 6 ଫୁଟ ପାଣି ପ୍ରବାହିତ ହେଉଥିବାରୁ ସୁଲେଇପାଟ ଅଞ୍ଚଳ ସହିତ ବାଲିକୋଠା ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବରେ ପ୍ରତିଦିନ ଛୋଟ ପିଲାଠୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ନଦୀ ପାର ହୋଇଥାନ୍ତି। ଟିକେ ଅସାବଧାନତା ଯୋଗୁଁ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଛି। ସେପଟେ ଆପାତକାଳୀନ ସମୟରେ ବୁଲାବାଟ ଦେଇ ଡ୍ୟାମ୍ ଉପର ଦେଇ ଯାତାୟାତ କରି ଅଧିକ ଖର୍ଚ୍ଚାନ୍ତରେ ପଡିଥାନ୍ତି ଲୋକେ। ତେବେ ଏ ନେଇ ଗାଁ ଲୋକେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପୋଲ ଖଣ୍ଡିଏ ପାଇଁ ବାରମ୍ବାର ନେହୁରା ହୋଇଥିଲେ ବି ଶେଷ ପର୍ଯ୍ୟନ୍ତ ମିଳିଲାନି କୌଣସି ସୁଫଳ।

ତେଣୁ ଉଭୟ ବ୍ଲକ ପ୍ରଶାସନ ନିକଟରେ ଗାଁ ଲୋକେ ଗୁହାରି କରି ବିଫଳ ହେବା ପରେ ଶେଷରେ ଏକ ବଡ ପଦକ୍ଷେପ ଗ୍ରହଣ କରିଥିଲେ। ବାଲିକୋଠା ଓ ମୁରୁମଡିହି ଗ୍ରାମର ଲୋକଙ୍କ ପ୍ରଶାସନ ନିକଟରୁ ଭରସା ତୁଟିଯିବା ପରେ ଶେଷରେ ଗାଁ ଲୋକେ ଏକତ୍ରିତ ହୋଇ ଚାନ୍ଦା ଆଦାୟ କରି ନଦୀ ଉପରେ ନିର୍ମାଣ କଲେ ଏକ କଂକ୍ରିଟ ପୋଲ । ସରକାରଙ୍କ ସବୁ ଜନହିତକର ଯୋଜନା ଏଠାରେ ଫେଲ ମାରିଥିବା ବେଳେ ଗାଁ ଲୋକଙ୍କ ପୋଲ ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରାଯାଉଛି । ଏହାସହ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଅବହେଳାକୁ କରାଯାଉଛି ସମାଲୋଚନା । ତେବେ ଏହା ଏକ ଅସ୍ଥାୟୀ ପୋଲ ହୋଇଥିବାରୁ ଉକ୍ତ ସ୍ଥାନରେ ଆଉ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସରକାରଙ୍କ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।

ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହା ହେଉଛି ବିକାଶର ନଗ୍ନଚିତ୍ର। ଗ୍ରାମବାସୀଙ୍କ ଅର୍ଥ ଓ ଶ୍ରମଦାନ ଯୋଗୁଁ ହୋଇପାରିଛି ଏକ କଂକ୍ରିଟ ପୋଲ ଯାହାକି ସରକାରୀ ଦଳ ପ୍ରତି ଏକ ଶକ୍ତ ଚାପୁଡା ସଦୃଶ୍ୟ। ସେପଟେ ହଜାର ହଜାର ଲୋକଙ୍କ ସୁବିଧା ପାଇଁ କଂକ୍ରିଟ ପୋଲ ନିର୍ମାଣ କରିଥିବାରୁ ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛନ୍ତି ଗ୍ରାମବାସୀ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.