ETV Bharat / state

ସ୍ବାବଲମ୍ବୀ ହେବାର ମାଧ୍ୟମ ରଙ୍ଗୀନ ମାଛଚାଷ - ମୟୂରଭଞ୍ଜ ଖବର

ଆଧୁନିକ ଯୁଗରେ ଲୋକେ ନିଜ ସୌକ ପାଇଁ ଆକ୍ବାରିୟମରେ ରଙ୍ଗବେରଙ୍ଗ ମାଛ ରଖି ଆନନ୍ଦ ପାଇଥାନ୍ତି । ଏହି ଆକ୍ବାରିୟମର ରଙ୍ଗୀନ ମାଛ ଏବେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଭଣ୍ଡାରିକୁଳା ଗାଁରେ କରାଯାଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

village-of-the-colour-fish-bhandarikula
ସ୍ବାବଲମ୍ବୀ ହେବାର ମାଧ୍ୟମ ରଙ୍ଗୀନ ମାଛଚାଷ
author img

By

Published : Mar 16, 2020, 12:00 AM IST

ବାରିପଦା: ଆଧୁନିକ ଯୁଗରେ ଲୋକେ ନିଜ ସୌକ ପାଇଁ ଆକ୍ବାରିୟମରେ ରଙ୍ଗବେରଙ୍ଗ ମାଛ ରଖି ଆନନ୍ଦ ପାଇଥାନ୍ତି । ଏହି ଆକ୍ବାରିୟମର ରଙ୍ଗୀନ ମାଛ ଏବେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଭଣ୍ଡାରିକୁଳା ଗାଁରେ କରାଯାଉଥିବା ଦେଖିବାକୁ ମିଳିଛି । ଦେବଗଡ଼ର ଲାଞ୍ଜିଗଡ଼ରେ ରଙ୍ଗୀନ ମାଛ ପ୍ରକଳ୍ପ ପ୍ରଥମେ ଆରମ୍ଭ ହୋଇଥିବା ବେଳେ ଦ୍ଵିତୀୟ ଗାଁ ଭାବେ ଭଣ୍ଡାରୀକୁଳାରେ ଏହି ଚାଷ କରାଯାଉଛି । ଏହି ଚାଷ ଯୋଗୁଁ ଗ୍ରାମର ସ୍ବଂୟସହାୟକ ଗୋଷ୍ଠୀର ମହିଳାମାନେ ସ୍ବାବଲମ୍ବୀ ହୋଇପାରୁଛନ୍ତି ।

ସ୍ବାବଲମ୍ବୀ ହେବାର ମାଧ୍ୟମ ରଙ୍ଗୀନ ମାଛଚାଷ

ଭଣ୍ଡାରୀକୁଳା ଗାଁରେ ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ସହାୟତାରେ ଆରମ୍ଭ ହୋଇଥିଲା ରଙ୍ଗୀନ ମାଛ ଚାଷ । ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏହି ଚାଷ ଆରମ୍ଭ କରାଯାଇଥିଲା । ମତ୍ସ୍ୟ ବିଭାଗ ଗ୍ରାମର 30ଟି ପରିବାରର ମହିଳା ମାନଙ୍କୁ ତାଲିମ ଦେଇଥିଲେ । ଘର ସମ୍ମୁଖରେ କୁଣ୍ଡ ତିଆରି କରାଯିବା ସହ ବିଭିନ୍ନ ପ୍ରକାର ରଙ୍ଗୀନ ମାଛ ଚାଷ ଆରମ୍ଭ କରିଥିଲେ ।

ରଙ୍ଗୀନ ମାଛ ଚାଷ କରି ମହିଳା ମାନେ ମାସକୁ ପାଞ୍ଚରୁ ଛଅ ହଜାର ଟଙ୍କା ରୋଜଗାର ମଧ୍ୟ କରୁଥିଲେ । ହେଲେ ସରକାରୀ ପ୍ରୋତ୍ସାହନ ଅଭାବରୁ ସେମାନେ ରଙ୍ଗୀନ ମାଛ ଚାଷରୁ ଦୂରେଇ ଯିବାକୁ ବସିଲେଣି । ଅନ୍ୟପକ୍ଷରେ ଆଗକୁ ଏହି ଚାଷ ପାଇଁ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ମତ୍ସ୍ୟ ଅଧିକାରୀ ।

ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆନଯିବା କାରଣରୁ ବିକ୍ରି ସୁଯୋଗ ନ ପାଇ ରଙ୍ଗୀନ ମାଛ ଚାଷରୁ ଦୂରେଇ ଯିବାକୁ ବସିଲେଣି । ସରକାର ଏଥିପ୍ରତି ଧ୍ୟାନ ଦେଲେ ଆଗକୁ ଏହି ମହିଳା ମାନେ ମାଛ ଚାଷ ପ୍ରତି ଅଧିକ ଆଗ୍ରହୀ ହୋଇପାରନ୍ତେ ସେଥିରେ ସନ୍ଦେହ ନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.