ETV Bharat / state

ପୁଣି ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଛାନଭିନ ଜାରି - ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଦ୍ବିତୀୟ ଥର ପାଇଁ ଭିଜିଲାନ୍ସ ରେଡ୍। ପୂର୍ବରୁ ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରାଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା। ଅଧିକ ଖବର ପଢନ୍ତୁ...

vigillance raid
ପୁଣି ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଛାନଭିନ ଜାରି
author img

By

Published : Jan 28, 2020, 2:15 PM IST

ବାରିପଦା: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପୁଣି ଭିଜିଲାନ୍ସ ରେଡ୍। ପାଖାପାଖି ୧ମାସ ୧୮ ଦିନ ପରେ ଆଜି ପୁଣି ଥରେ ହେଉଛି ଭିଜିଲାନ୍ସ ଚଢାଉ।

ସୂଚନା ଥାଉକି, ଗତ ତା.୧୦.୧୨.୧୯ ତାରିଖରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରାଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା । ହେଲେ ତାଲା ବନ୍ଦ ଥିବାରୁ ତାଙ୍କ ବାରିପଦାର ସୁନଗଡିଆସ୍ଥିତ ୩ମହଲା ବିଶିଷ୍ଟ ବାସଭବନରେ ଚଢାଉ ହୋଇପାରି ନଥିଲା ।

ପୁଣି ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ଛାନଭିନ ଜାରି

ସେ ସମୟରେ ଯନ୍ତ୍ରୀ ଅଜୟ ବେହେରା ଫେରାର ମଧ୍ୟ ଥିଲେ ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା। ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବାରିପଦାସ୍ଥିତ ନିଜ ବାସଭବନରେ ଚଢାଉ ହୋଇଛି। ବାରିପଦା ଓ ବାଲେଶ୍ବର ଭିଜିଲାନ୍ସ ବିଭାଗର ମିଳିତ ଟିମ୍ ଏହି ଚଢାଉ କରିଛନ୍ତି। ଛାନଭିନ୍ ଜାରି ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

Intro:Body:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୧ମାସ ୧୮ ଦିନ ପରେ ଆଜି ପୁଣି ଥରେ ହେଉଛି ଭିଜିଲାନ୍ସ ଚଢଉ। ଗତ ତା.୧୦.୧୨.୧୯ ରିଖ ରେ ସୋର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ ବେହେରା ଙ୍କ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହୋଇଥିଲା। ହେଲେ ତାଲା ବନ୍ଦ ଥିବାରୁ ତାଙ୍କ ବାରିପଦା ର ସୁନଗଡିଆ ସ୍ଥିତ ୩ମହଲା ବିଶିଷ୍ଟ ବାସଭବନ ରେ ଚଢାଉ ହୋଇପାରି ନଥିଲା। ସେ ସମୟରେ ଯନ୍ତ୍ରୀ ଅଜୟ ବେହେରା ଫେରାର ମଧ୍ୟ ଥିଲେ ପରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିଲା। ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ବାରିପଦାସ୍ଥ ନିଜ ବାସଭବନରେ ଚଢଉ ହୋଇଛି। ବାରିପଦା ଓ ବାଲେଶ୍ୱର ଭିଜିଲାନ୍ସ ବିଭାଗର ମିଳିତ ଟିମ୍ ଏହି ଚଢଉ କରିଛନ୍ତି। ଛାନଭିନ୍ ଜାରି ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.