ETV Bharat / state

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ - ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ଜେରା । ଅଧିକ ପଢନ୍ତୁ...

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍

author img

By

Published : Jul 20, 2021, 2:11 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସହକାରୀ ଯନ୍ତ୍ରୀ ଧରିଆ ମାଝୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀଙ୍କ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍

ଧରିଆ ମାଝୀଙ୍କ ୫ଟି ଜାଗାରେ ଏକା ସାଙ୍ଗରେ ଚଢ଼ାଉ କରିଛି ଭିଜିଲାନ୍ସ । କୁଳିଅଣା ଅଫିସ, ବାରିପଦାର କାଳିକାପୁର ବାସଭବନ, କୋଷ୍ଠା ଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଶୁଳିଆପଦାର ବଡଶୁକ୍ରୁଳିଆଖୋଲ ଠାରେ ଥିବା ପୈତୃକ ଘର ଏବଂ ବଡ଼ସାହିର ଧନଶୁଳା ଗ୍ରାମରେ ଥିବା ଶ୍ୱଶୁର ଘରେ ଭିଜିଲାନ୍ସ ସମ୍ପତ୍ତି କାଗଜ ପତ୍ର ଯାଞ୍ଚ କରିଛି ।

ତେବେ ବ୍ଲକ ସହକାରୀ ଯନ୍ତ୍ରୀଙ୍କ ନାମରେ ଦୁର୍ନୀତି ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତିକରି ବାଲେଶ୍ଵର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ୪ ଜଣିଆ ଟିମ୍ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏକ ସାଙ୍ଗରେ ୪ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ମୟୂରଭଞ୍ଜ ଏବଂ ବାଲେଶ୍ବର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଏହି ଚଢାଉରେ ସାମିଲ ଅଛନ୍ତି । ସମ୍ପୂର୍ଣ୍ଣ ଯାଞ୍ଚ ପରେ ସମ୍ପତ୍ତିର ମୂଲ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଏସପି କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.