ବାରିପଦା: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଚାରେ ପଡିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ବିକ୍ରମ ବେହେରା । ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସନ ଟଙ୍କା କାଗଜପତ୍ର ପ୍ରସ୍ତୁତ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ତାଙ୍କଠାରୁ ଲାଞ୍ଚ ନେଉଥିବା କେମିକାଲ ବୋଳା ଟଙ୍କା ଜବତ କରାଯାଇଛି । ବାରିପଦା ସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ପରିସରରେ ଲାଞ୍ଚ ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ବଡ଼ସାହି ବ୍ଲକ ଟିକରପଡା ପ୍ରାଥମିକ ସ୍କୁଲରୁ ୨୦୧୬ ମସିହାରେ ଅବସର ଗ୍ରହଣ କରିଥିବା ଶିକ୍ଷକ ବିଶିକେସନ ଗୋଚ୍ଛାୟତଙ୍କ ପେନସନ ଅର୍ଥ ପାଇଁ ବହୁ ହଇରାଣ ହରକତରେ ପଡ଼ିଥିଲେ । ପେନସନ କାଗଜପତ୍ର ପାଇଁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନିରାଶ ହେବା ଲାଞ୍ଚ ଅର୍ଥ ମାଗିବାରୁ ସେ ଭିଜିଲାନ୍ସର ଆଶ୍ରୟ ନେଇଥିଲେ । ଭିଜିଲାନ୍ସ ପକ୍ଷରୁ ଅଭିଯୋଗ ପରେ ପୂର୍ବ ଯୋଜନା ଅନୁଯାୟୀ, ବାରିପଦାସ୍ଥିତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କିରାଣୀ ଜଣକ ଲାଞ୍ଚ ନେବା ବେଳେ ଗିରଫ କରିଥିଲା । ପଚାରଉଚୁରା ସହ ଅଧିକ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ମୟୂରଭଞ୍ଜ