ETV Bharat / state

ଉତ୍ତରକାଶୀ ଟନେଲ୍‌ ରେସ୍କ୍ୟୁ ଅପରେସନ ସଫଳ, ଉଦ୍ଧାର ହେଲେ ମୟୂରଭଞ୍ଜର 3 ଶ୍ରମିକ

author img

By ETV Bharat Odisha Team

Published : Nov 29, 2023, 6:36 AM IST

ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ହେଲେ ଶ୍ରମିକ । ସେଥି ମଧ୍ୟରୁ ଓଡ଼ିଶାର 5 ଜଣ ହୋଇଥିବା ବେଳେ, ତିନି ଜଣ ମୟୂରଭଞ୍ଜ ଜିଲ୍ଲା । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ତା ଠିକ୍ ଥିବା ଜାଣି ଗ୍ରାମରେ ଖୁସିର ମାହୋଲ। ଆଗକୁ ପଢ଼ନ୍ତୁ,

ଉଦ୍ଧାର ହେଲେ ଶ୍ରମିକ
ଉଦ୍ଧାର ହେଲେ ଶ୍ରମିକ
ଉଦ୍ଧାର ହେଲେ ଶ୍ରମିକ

ରାଇରଙ୍ଗପୁର : ପ୍ରତୀକ୍ଷାର ଅନ୍ତ ଘଟିଲା । ଦୀର୍ଘ ୧୭ ଦିନ ପରେ ଟନେଲରୁ ଉଦ୍ଧାର ହେଲେ ଶ୍ରମିକ । ସେଥି ମଧ୍ୟରୁ ଓଡ଼ିଶାର 5 ଜଣ ହୋଇଥିବା ବେଳେ, ତିନି ଜଣ ମୟୂରଭଞ୍ଜ ଜିଲ୍ଲା । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ତା ଠିକ୍ ଥିବା ଜାଣି ଗ୍ରାମରେ ଖୁସିର ମାହୋଲ।

ଦୀର୍ଘ ୧୭ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ସମଗ୍ର ଦେଶବାସୀଙ୍କ ପ୍ରାର୍ଥନା ଭଗବାନଙ୍କ ପାଖକୁ ପହଞ୍ଚିଛି । ଜୀବନ ଯୁଦ୍ଧରେ ଜିତି ଯାଇ ଉଦ୍ଧାର ହୋଇଛନ୍ତି ସମସ୍ତ ଶ୍ରମିକ । ଏନଡିଆରଏଫ(NDRF) ଟିମ୍ ଓ ଭାରତୀୟ ସେନାର ଅକ୍ଳାନ୍ତ ପରିଶ୍ରମ ପରେ ଦୀର୍ଘ ୧୭ ଦିନ ପରେ ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ ଶ୍ରମିକ । । ସେହି ୪୧ ଜଣ ଶ୍ରମିକଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ରହିଥିଲେ ୩ ଜଣ ଶ୍ରମିକ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ କୁଲଡ଼ିହା ଗ୍ରାମର ମୁଚିରାମ ନାଏକଙ୍କ ପୁଅ ରାଜୁ ନାଏକ, ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ବେଢାକୁଦର ଗ୍ରାମର ଧିରେନ ନାଏକ ଓ ଯୋଗୀବନ୍ଧ ଗ୍ରାମର ବିଶେଶ୍ୱର ନାଏକ ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ସ୍ଥିତ ଟନେଲରେ ଦୀର୍ଘ ୧୭ ଦିନ ହେବ ଫସି ରହିଥିଲେ । ସେମାନଙ୍କ ପରିବାର ଲୋକେ ଘରେ ଥାଇ ଠାକୁରଙ୍କୁ ଡାକିବା ଛଡ଼ା ଆଉ ଅନ୍ୟ କିଛି ବାଟ ନଥିଲା । ହେଲେ ଆଜି ସମସ୍ତେ ଉଦ୍ଧାର ହେବାର ଖବର‌ ପାଇବା ପରେ ଶେଷରେ ଆଶ୍ବସ୍ତ ହୋଇଛନ୍ତି ସେମାନଙ୍କ ପରିବାର ଓ ଗାଁ ଲୋକେ ।

ଏହା ମଧ୍ୟ ପଢ଼ନ୍ତୁ...ଟନେଲରୁ ସମସ୍ତ 41 ଶ୍ରମିକ ସୁରକ୍ଷିତ ଉଦ୍ଧାର, ପଠାଯାଉଛି ହସ୍ପିଟାଲ

ମୟୂରଭଞ୍ଜ ଜିଲ୍ଲାର ଉକ୍ତ ତିନି ଜଣ ଶ୍ରମିକଙ୍କ ସହିତ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ତା ଠିକ୍ ଥିବା ସୂଚନା ମିଳିଛି । ଟନେଲରୁ ଶ୍ରମିକଙ୍କ ଉଦ୍ଧାର କରା ଯାଇଥିବା ସେଠାରେ ଥିବା ସମ୍ପର୍କୀୟଙ୍କ ସହିତ କଥା ହୋଇ ଜାଣିବା ପରେ ଏଠାକାର ଶ୍ରମିକଙ୍କ ପରିବାର ଅତ୍ୟନ୍ତ ଖୁସି ଅନୁଭବ କରୁଛନ୍ତି । ଏନେଇ କୁଲଡିହା, ବେଢ଼ାକୁଦର ଓ ଯୋଗୀବନ୍ଧ ଗ୍ରାମରେ ଖୁସିର ବାତାବରଣ ସୃଷ୍ଟି ହୋଇଛି । ତେବେ ଯଥାଶୀଘ୍ର ଘରକୁ ଫେରାଇ ଆଣିବାକୁ ଶ୍ରମିକଙ୍କ ପରିବାର ଲୋକେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି । ତେବେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଉତ୍ତରକାଶୀ ଜିଲ୍ଲା ହସ୍ପିଟାଲକୁ ପଠାଯିବା ସୁଚନା ମିଳିଛି । ତେବେ ସମସ୍ତଙ୍କର ସ୍ବାସ୍ତ୍ୟ ଅବସ୍ତା ସ୍ବାଭାବାକ ଥିବା ଜଣାପଡ଼ିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.