ETV Bharat / state

ୟୁପିଏସସି ୨୦୧୯: ୪୪୧ ତମ ସ୍ଥାନରେ ଉଦଳାର ସମୀର

author img

By

Published : Aug 4, 2020, 10:17 PM IST

ୟୁପିଏସସି2019ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ତେବେ ମୟୁରଭଞ୍ଜ ଉଦଳା ର ସମୀର କୁମାର ଜେନା ୪୪୧ ର୍ୟାଙ୍କରେ ସ୍ଥାନ ପାଇ ଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି । ଅଧିକ ପଢନ୍ତୁ.....

ୟୁପିଏସସି ୨୦୧୯: ଉଦଳାର ସମୀର କୁମାର ଜେନା ୪୪୧ ତମ ର୍ୟାଙ୍କ

ବାରିପଦା: ୟୁପିଏସସି2019ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 441 ତମ ସ୍ଥାନରେ ମୟୂରଭଞ୍ଜରୁ ଜଣେ ସ୍ଥାନ ପାଇଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏ ନେଇ ବିଜ୍ଞପ୍ତି ଜାରି କରି ତାଲିକା ପ୍ରକାଶ କରିଛି ୟୁପିଏସସି ।

ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳର ସମୀର କୁମାର ଜେନା ସର୍ବଭାରତୀୟ ସ୍ତରରେ (ୟୁପିଏସସି 2019) ପ୍ରଶାସନିକ ପରୀକ୍ଷାରେ 441 ତମ ସ୍ଥାନ ପାଇଛନ୍ତି । ରେଜଲ୍ଟ ପ୍ରକାଶ ପରେ ସମୀରଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସମଗ୍ର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ସମୀର । ସମୀରଙ୍କ ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରସଂଶାର ସୁଅ ଛୁଟିଛି । ସମୀର ୨୦୦୭ ମସିହାରେ ମାଟ୍ରିକ ବୋର୍ଡ଼ ପରୀକ୍ଷାରେ ଓଡ଼ିଶାରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ୨୦୦୯ ମସିହାରେ ଯୁକ୍ତ ଦୁଇ ବିଜ୍ଞାନରେ ରାଜ୍ୟରେ ସପ୍ତମ ସ୍ଥାନ ପାଇଥିଲେ ଏବଂ ୨୦୧୪ ରେ ଆଇଆଇଟି ଖଡ଼ଗପୁରରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.