ETV Bharat / state

ଅପହଞ୍ଚ ସରକାରୀ ଯୋଜନା, ସାହା ପାଲଟିଛି ଶୌଚାଳୟ - ଗିରି ଦେହୁରୀ ଓ ଝାଟି ଦେହୁରୀ

ଗରିବ ଗୁରୁବାଙ୍କ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସରକାରଙ୍କ ସବୁ ଯୋଜନାରୁ ବାଦ ପଡିଛନ୍ତି ଅମଳନାମା ଗାଁର ଗିରି ଓ ଝାଟି । ଅଧିକ ପଢନ୍ତୁ...

mayurbhanj latest news, toilet shelter in mayurbhanj, giri dehury and jhati dehury, poor tribal family in mayurbhanj, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ଶୌଚାଳୟ ସାହା, ଗିରି ଦେହୁରୀ ଓ ଝାଟି ଦେହୁରୀ, ମୟୂରଭଞ୍ଜର ଗରିବ ଆଦିବାସୀ ପରିବାର
ଅପହଞ୍ଚ ସରକାରୀ ଯୋଜନା, ସାହା ପାଲଟିଛି ଶୌଚାଳୟ
author img

By

Published : Sep 22, 2020, 1:56 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଭାଳିଆଡିହା ଗ୍ରାମ ପଞ୍ଚାୟତର ଡକୋଇ ଅମଳନାମା ଗାଁ । ଏଠାରେ ରୁହନ୍ତି ବୃଦ୍ଧ ଆଦିବାସୀ ଦମ୍ପତ୍ତି ଗିରି ଦେହୁରୀ ଓ ଦିବ୍ୟାଙ୍ଗ ଝାଟି ଦେହୁରୀ । ପରିଣତ ବୟସରେ ଏମାନଙ୍କ ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଛାତ ନା ପେଟର ଭୋକ ମାରିବାକୁ ଅଛି ଦି ଓଳିର ଚାଉଳ । ସମ୍ପତ୍ତି କହିଲେ ଏମାନଙ୍କର କିଛି ନାହିଁ । ପର ଦୁଆରେ ଶୋଇ ବିତୁଛି ଦିନ। ସରକାରୀ ଯୋଜନାରେ ମିଳିଥିବା ପାଇଖାନା ପାଲଟିଛି ଏବେ ଏକମାତ୍ର ସାହାରା । ବୃଦ୍ଧ ଦମ୍ପତ୍ତିଙ୍କର ଏପରି ଦୁର୍ଦ୍ଦିନ ସ୍ବାଧୀନତାର 74 ବର୍ଷ ପରେ ସରକାରୀ ଯୋଜନାର ବାସ୍ତବ ଚିତ୍ରକୁ ବେଶ ସ୍ପଷ୍ଟ କରୁଛି ।

ଅପହଞ୍ଚ ସରକାରୀ ଯୋଜନା, ସାହା ପାଲଟିଛି ଶୌଚାଳୟ

ଗରିବ ଗୁରୁବାଙ୍କ ପାଇଁ ରାଜ୍ୟଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ଅନେକ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏ ପର୍ଯ୍ୟନ୍ତ ସରକାରଙ୍କ ସବୁ ଯୋଜନାରୁ ବାଦ ପଡିଛନ୍ତି ଅମଳନାମା ଗାଁର ଗିରି ଓ ଝାଟି । ପାଞ୍ଚ ବର୍ଷ ପୂର୍ବରୁ ବର୍ଷାରେ ଭାଙ୍ଗି ପଡିଥିଲା ଉଭୟଙ୍କ ଘର । ଏବେ ଘର ଖଣ୍ଡେ ନଥିବାରୁ ପଡୋଶୀଙ୍କ ବାରଣ୍ଡାରେ ଜୀବନ ବିତୁଥିବା ବେଳେ ପାଇଖାନାରେ ଚାଲିଛି ରୋଷେଇ । ଖୋଲା ଆକାଶ ତଳେ ଥିବା ଗଛରେ ଝୁଲୁଛି ଛିଣ୍ଡା ଲେଙ୍କଡା ଲୁଗା ଦୁଇ ଖଣ୍ଡ । ଖାଲି ସେତିକି ନୁହେଁ ସରକାରୀ ସ୍ବଚ୍ଛ ଭାରତ ଯୋଜନାରେ ମିଳିଥିବା ପାଇଖାନା ଘରେ ପଡିରହିଛି ଘରର ଆସବାବପତ୍ର ଆଉ ପାଇଖାନା ପାଲିଟିଛି ରୋଷଶାଳା ।

ଗିରି ଜଙ୍ଗଲରୁ କାଠ ସଂଗ୍ରହ କରି ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ସେପଟେ ପତ୍ନୀ ଝାଟି ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ ଦିବ୍ୟାଙ୍ଗ ଉତ୍ତାରୁ ମଧ୍ୟ ସେ ବଞ୍ଚିତ । ଖାଲି ଭତ୍ତା ନୁହେଁ ସରକାରୀ ଯୋଜନାରେ ଏଯାଏଁ ଚାଉଳ ବି ପାଉନାହାନ୍ତି ଏହି ଦମ୍ପତି। ଏ ଦମ୍ଫତ୍ତି କାହିଁକି ଏ ସବୁ ଯୋଜନାରୁ ବଞ୍ଚିତ ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ମୋରଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖରେ । ତେବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁରନ୍ତ ଏ ଦମ୍ପତିଙ୍କୁ ଚାଉଳ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଘର ସରକାରୀ ନିୟମ ଅନୁଯାୟୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.