ETV Bharat / state

ହାତୀ ଡରରେ ଜଙ୍ଗଲରେ ପଡିରହିଲା ଅଜଣା ମହିଳାଙ୍କ ମୃତଦେହ - ଅଜଣା ମହିଳାଙ୍କ ମୃତଦେହ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନ ସରଗଡା ସେକ୍ସନ ଟଙ୍ଗର ସଂରକ୍ଷିତ ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଠାବ ।

ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର
author img

By

Published : Oct 12, 2019, 2:14 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନ ସରଗଡା ସେକ୍ସନ ଟଙ୍ଗର ସଂରକ୍ଷିତ ଜଙ୍ଗଲରୁ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି । ଟଙ୍ଗର ସଂରକ୍ଷିତ ଜଙ୍ଗଲରେ ଅପରାହ୍ନ ସମୟରେ ଏକ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସରଗଡା ସେକ୍ସନ ଫରେଷ୍ଟର କାଶିନାଥ ହାଁସଦା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କୁ ଜଣାଇଥିଲେ ।

ଖବର ପାଇ ଗୋରୁମହିଷାଣୀ ପୋଲିସ ମଧ୍ୟ ପହଞ୍ଚିଥିଲା । ଟଙ୍ଗର ସଂରକ୍ଷିତ ଜଙ୍ଗଲରେ ହାତୀ ବାହାରୁଥିବା ନେଇ ଶୁକ୍ରବାର ମୃତଦେହକୁ ଉଦ୍ଧାର କରାଯାଇ ପାରିନଥିବା ବେଳେ ଆଜି(ଶନିବାର) ଉଦ୍ଧାର କରାଯିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ତେବେ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । କେହି ଦୁର୍ବୃତ୍ତ ତାଙ୍କୁ ପାଶବିକ ଅତ୍ୟାଚାର କରି ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି । ଆଜି(ଶନିବାର) ଗୋରୁମହିଷାଣୀ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ଛାନଭିନ ଆରମ୍ଭ କରିବେ ବୋଲି ସୂଚନା ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଧିନ ସରଗଡା ସେକ୍ସନ ଟଙ୍ଗର ସଂରକ୍ଷିତ ଜଙ୍ଗଲରୁ ଅଜଣା ମହିଳା ଙ୍କ ମୃତ ଦେହ ଉଦ୍ଧାର। ଟଙ୍ଗର ସଂରକ୍ଷିତ ଜଙ୍ଗଲରେ ଦିନ ପ୍ରାୟ ୨.୩୦ ସମୟରେ ଏକ ମହିଳା ଙ୍କ ମୃତ ଦେହ ପଡ଼ିଥିବା ଦେଖି ସରଗଡା ସେକ୍ସନ ଫରେଷ୍ଟର କାଶିନାଥ ହାଁସଦା ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଙ୍କୁ ଜଣାଇବା ସହିତ ଗୋରୁମହିଷାଣୀ ପୋଲିସ କୁ ମଧ୍ୟ ଖବର ଦେଇଥିଲେ। ତେବେ ଟଙ୍ଗର ସଂରକ୍ଷିତ ଜଙ୍ଗଲରେ ହାତୀ ବାହାରୁଥିବା ନେଇ ଆଜି ମୃତ ଦେହକୁ ଉଦ୍ଧାର କରାଯାଇ ପାରିନଥିବା ବେଳେ ଆସନ୍ତା କାଲି ଉଦ୍ଧାର କରାଯିବ ବୋଲି ଜଣାପଡିଛି। ତେବେ ସେ ମହିଳା କି ଯୁବତୀ, କିମ୍ବା ତାଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ। କେହି ଦୁର୍ବୃତ୍ତ ତାଙ୍କୁ ପାଶବିକ ଅତ୍ୟାଚାର କରି ହତ୍ୟା କରି ଜଙ୍ଗଲ ରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଆସନ୍ତା କାଲି ଗୋରୁମହିଷାଣୀ ପୋଲିସ ଓ ବାରିପଦା ରୁ ସାଇଣ୍ଟିଫିକ ଟିମ୍ ଆସି ଘଟଣାର ଛାନଭିନ ଆରମ୍ଭ କରିବେ ବୋଲି ସୂଚନା ରହିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.