ETV Bharat / state

କେନ୍ଦ୍ରମନ୍ତ୍ରୀଙ୍କୁ ଗାଁ ମାଟିରେ ଉଚ୍ଛସିତ ସମ୍ବର୍ଦ୍ଧନା - କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ

ମୟୂରଭଞ୍ଜ ଗସ୍ତରେ ଆସିଥିବା ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ଵର ଟୁଡୁ ଆଜି ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି। ଅଧିକ ପଢନ୍ତୁ...

unionminister biseswar tudu in his home village
କେନ୍ଦ୍ରମନ୍ତ୍ରୀଙ୍କୁ ଗାଁ ମାଟିରେ ଉଚ୍ଛସିତ ସମ୍ବର୍ଦ୍ଧନା
author img

By

Published : Sep 8, 2021, 10:45 PM IST

ବାରିପଦା: ଭାରତ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ନୂତନ ଭାବେ ସାମିଲ ହୋଇଥିବା କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ସମ୍ପଦ ବିଭାଗର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଆଜି ନିଜ ଜନ୍ମ ମାଟିରେ ପହଞ୍ଚିବା ପରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି ।

କେନ୍ଦ୍ରମନ୍ତ୍ରୀଙ୍କୁ ଗାଁ ମାଟିରେ ଉଚ୍ଛସିତ ସମ୍ବର୍ଦ୍ଧନା

ବୁଧବାର ବାରିପଦା ସର୍କିଟ ହାଉସରୁ ବାହାରି ନିଜ ଜନ୍ମମାଟି ମୋରଡ଼ା ବ୍ଲକ ଖୁଣ୍ଟାପାଳ ଗାଁ କୁ ଆସିବା ଆସିବା ବାଟରେ ଶଙ୍ଖାଭଙ୍ଗା, ନିଚୁଆପଦା, ବରମାଇଲ ଓ ଚିତ୍ରଡା ଠାରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ତେବେ ଚିତ୍ରଡା ବଜାର ଛଉ ପ୍ୟାଣ୍ଡେଲ ଠାରେ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିଲେ। ଚିତ୍ରଡା ଗ୍ରାମର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ୧୧ ଜଣଙ୍କୁ କେନ୍ଦ୍ରମନ୍ତ୍ରୀ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟ ସରିବା ପରେ ଚିତ୍ରଡା ଉତ୍ତର ସାହି ଓ ଦକ୍ଷିଣ ସାହି ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ପ୍ରଦର୍ଶିତ ହୋଇଥିଲା।

କେନ୍ଦ୍ରମନ୍ତ୍ରୀ ନିଜ ଜନ୍ମ ମାଟିରେ ଛଉ ନୃତ୍ୟ ଦେଖିଥିଲେ। ଯଶସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ କ୍ଷେତ୍ରକୁ ଦେଖି ଯେଉଁ ଗୁରୁ ଦାୟିତ୍ବ ଦେଇଛନ୍ତି ଏବଂ ତାଙ୍କ ବିଭାଗରେ ଯେଉଁ ସବୁ କାର୍ଯ୍ୟ ରହିଛି ତାହାକୁ ଆଧାର କରି ଅଞ୍ଚଳର ବିକାଶ କରିବେ ଏବଂ ଅଞ୍ଚଳରେ ଯାହା ସବୁ ଅସୁବିଧା ରହିଛି ତାହା ୨୦୨୨-୨୩ ମଧ୍ୟରେ ସମାଧାନ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.