ETV Bharat / state

ଦ୍ୱାରଶୁଣି ଘାଟିରେ ଟ୍ରକ୍ ସହ ପିଟି ହେଲା ଟ୍ରକ୍, ଲାଗିଲା ନିଆଁ - ବାଙ୍ଗୀରୀପୋଷି ଥାନା

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅଞ୍ଚଳର ଦ୍ୱାରଶୁଣି ଘାଟିରେ ଦୁଇଟି ଟ୍ରକ ପଛକୁ ପଛ ପିଟି ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Oct 27, 2019, 11:08 AM IST

ବାରିପଦା: ବାଙ୍ଗରିପୋଷି ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା, ଦୁର୍ଘଟଣା ପରେ ଟ୍ରକରେ ଲାଗିଲା ନିଆଁ । ଦୁଇଟି ଟ୍ରକ ପଛକୁ ପଛ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ବାଙ୍ଗରିପୋଷି ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଜଣେ ଚାଳକ ଫେରାର ଥିବାବେଳେ,ଅନ୍ୟ ଜଣେ ସାମାନ୍ୟ ଆହତ ହେଇଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା ଘଟିଛି । ରବିବାର ସକାଳୁ ଦୁଇଟି ଟ୍ରକ ଦୁର୍ଘଟଣା ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗି ଯାଇଥିଲା । ଟ୍ରକ ଦୁଇଟି ପଛକୁ ପଛ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉଭୟ ଟ୍ରକ ଘାଟିରୁ ତଳକୁ ଓହ୍ଲାଉ ଥିବାବେଳେ ଦୁର୍ଘଟଣା ଘଟିଛି । ଏହି ଘାଟିରେ ଗତ ଜାନୁଆରୀ ମାସରୁ ଦୁର୍ଘଟଣା ଘଟି ଆଜି ପର୍ଯ୍ୟନ୍ତ ଅନେକ ମୃତ୍ୟୁ ହେବା ସହିତ ଆହତ ହୋଇଛନ୍ତି ।

ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଦୁର୍ଘଟଣା ରୋକିବାରେ ବିଫଳ ହୋଇଛି । ଶିମିଳିପାଳ କୋର ଏରିଆ ଓ ହାତୀ କୋରିଡର ପାଇଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇପାରୁନାହିଁ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚାହିଁଲେ ଏହି ସମସ୍ୟା ଦୂରୀଭୂତ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା।ରବିବାର ସକାଳୁ ଦୁଇଟି ଟ୍ରକ ଦୁର୍ଘଟଣା ହେବା ଫଳରେ ଗୋଟିଏ ଟ୍ରକ ରେ ନିଆଁ ଲାଗି ଯାଇଥିଲା । ଖବର ପାଇ ବାଙ୍ଗିରିପୋଷି ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପ୍ରଚେଷ୍ଟା ପରେ ନିଆଁ କୁ ଆୟତ୍ତ କରିଥିଲେ।ତେବେ ଜଣେ ଚାଳକ ଫେରାର ଥିବାବେଳେ,ଅନ୍ୟ ଜଣେ ସାମାନ୍ୟ ଆହତ ହେଇଥିବାର ସୂଚନା ମିଳିଛି। ଟ୍ରକ ଦୁଇଟି ପଛକୁ ପଛ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଉଭୟ ଟ୍ରକ ଘାଟିରୁ ତଳକୁ ଓହ୍ଲାଉ ଥୁବା ବେଳେ ଦୁର୍ଘଟଣା ଘଟିଛି। ଦ୍ୱାରଶୁଣି ଘାଟି ରେ ଦୁର୍ଘଟଣା ଘଟି ଗତ ଜାନୁଆରୀ ମାସ ରୁ ଆଜି ପର୍ଯ୍ୟନ୍ତ ଅନେକ ମୃତ୍ୟୁ ହେବା ସହିତ ଅନେକ ଆ ହତ ହୋଇଛନ୍ତି। ପ୍ରଶାସନ ଯେତେ ଚେଷ୍ଟା କଲେ ମଧ୍ୟ ଦୁର୍ଘଟଣା ରୋକିବା ରେ ବିଫଳ ହୋଇଛି। ଶିମିଳିପାଳ କୋର ଏରିଆ ଓ ହାତୀ କୋରିଡର ପାଇଁ ରାସ୍ତା ସଂପ୍ରସାରଣ କାର୍ଯ୍ୟ ହୋଇ ପାରୁନାହିଁ। କେନ୍ଦ୍ର ସରକାର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଚାହିଁଲେ ଏହି ସମସ୍ୟା ଦୂରୀଭୂତ ହୋଇ ପାରନ୍ତା ବୋଲି ସାଧାରଣରେଚର୍ଚ୍ଚା ଚାଲିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.