ETV Bharat / state

ପୋଲିସକର୍ମୀଙ୍କୁ ଆକ୍ରମଣ ଘଟଣା: 2 ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ - Two people have been arrested

ଓଡିଶା-ଝାଡଖଣ୍ଡ ସୀମା ବେଣୀସାଗର ନିକଟରେ ପୋଲିସ କର୍ମଚାରୀମାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରରୁଆଁ ପୋଲିସ । ଅଧିକ ପଢନ୍ତୁ...

Two people have been arrested
ପୋଲିସକର୍ମୀଙ୍କୁ ଆକ୍ରମଣ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
author img

By

Published : Apr 18, 2020, 11:48 PM IST

ରାଇରଙ୍ଗପୁର: ଓଡିଶା-ଝାଡଖଣ୍ଡ ସୀମା ବେଣୀସାଗର ନିକଟରେ ପୋଲିସ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ 2 ଜଣଙ୍କୁ ଗିରଫ କରିଛି ରରୁଆଁ ପୋଲିସ ।

ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ପୋଲିସ ଲକଡାଉନ ଯୋଗୁଁ ଓଡ଼ିଶା-ଝାଡ଼ଖଣ୍ଡ ସୀମା ବେଣୀସାଗର ନିକଟରେ ଗାଡ଼ି ମଟର ଯାଞ୍ଚ କରୁଥିଲେ । ଝାଡ଼ଖଣ୍ଡ ରାଜ୍ୟ ମଝିଗାଁ ଥାନା ଅଧୀନ କୁଳପୋଷି ଗ୍ରାମର ପ୍ରାୟ ୧୫ ରୁ ୨୦ ଜଣ ଅସାମାଜିକ ବ୍ୟକ୍ତି ସେଠାରେ ପହଞ୍ଚି ବାଇକ, ଗେଟ, ଚେୟାର ଭଙ୍ଗାରୁଜା କରିବା ସହିତ ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାରେ 4 ଜଣ ପୋଲିସ କର୍ମୀ ଆହତ ହୋଇଥିଲେ ।

Two people have been arrested
ପୋଲିସକର୍ମୀଙ୍କୁ ଆକ୍ରମଣ ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଏନେଇ ରରୁଆଁ ପୋଲିସ ମଝିଗାଁ ପୋଲିସର ସହାୟତା ନେଇ 2 ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଥିଲା । ଗିରଫ ହୋଇଥିବା 2 ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟ କୁଳପୋଷି ଗ୍ରାମର ଜାହିଦ ଅନସାରୀ ଓ ସେକ ଇରଫାନ ବୋଲି ଜଣାପଡିଛି ।

ତେବେ ଶନିବାର ଉଭୟ ଅଭିଯୁକ୍ତଙ୍କୁ କରଞ୍ଜିଆ କୋର୍ଟ ଚାଲାଣ କରାଯାଇଥିବା ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ଯଥାଶୀଘ୍ର ଗିରଫ କରାଯିବ ବୋଲି ରରୁଆଁ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.