ETV Bharat / state

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ପାଞ୍ଚ ଦିନ ଦୁଇ ପଞ୍ଚାୟତ ସଟଡାଉନ୍ - ମୟୂରଭଞ୍ଜ ରରୁଆଁ ବ୍ଳକର ରରୁଆଁ ଓ ଘାଗରବେଡା ପଞ୍ଚାୟତ

ମୟୂରଭଞ୍ଜ ରରୁଆଁ ବ୍ଳକର ରରୁଆଁ ଓ ଘାଗରବେଡା ପଞ୍ଚାୟତକୁ 13 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ପଞ୍ଚାୟତର ସରପଞ୍ଚ l ଅଧିକ ପଢନ୍ତୁ..

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ପାଞ୍ଚ ଦିନ ଦୁଇ ପଞ୍ଚାୟତ ସଟଡାଉନ୍

author img

By

Published : Jul 13, 2020, 8:08 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ରରୁଆଁ ବ୍ଳକର ରରୁଆଁ ଓ ଘାଗରବେଡା ପଞ୍ଚାୟତକୁ 13 ତାରିଖ ଠାରୁ 17 ତାରିଖ ପର୍ଯ୍ୟନ୍ତ ସଟଡାଉନ୍ ଘୋଷଣା କରିଛନ୍ତି ଦୁଇ ପଞ୍ଚାୟତର ସରପଞ୍ଚ l ସ୍ଥାନୀୟ ଅଞ୍ଚଳରେ ଗୋଟିଏ ଦିନରେ 7 ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହ ଆଲୋଚନା ପରେ ସମଗ୍ର ପଞ୍ଚାୟତକୁ 5 ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି ।

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ପାଞ୍ଚ ଦିନ ପାଇଁ ଦୁଇ ପଞ୍ଚାୟତ ସଟ ଡାଉନ୍ ଘୋଷଣା

ତେବେ 13 ଓ 14 ତାରିଖ ସକାଳ 6 ଟାରୁ ରାତି 9 ଟା ପର୍ଯ୍ୟନ୍ତ କେବଳ ମେଡ଼ିସିନ୍ ଓ କ୍ଷୀର ଦୋକାନକୁ ବାଦ ଦେଲେ କୌଣସି ଦୋକାନ ଖୋଲାଯିବ ନାହିଁ । ଏହାଛଡା 15 ରୁ 17 ତାରିଖ ସାମାନ୍ୟ କହଳ କରି ଗ୍ରୋସରି ଦୋକାନ ଦିନରେ 3 ଘଣ୍ଟା ସକାଳ 7 ରୁ 10 ଟା ପର୍ଯ୍ୟନ୍ତ ଖୋଲିବ ବୋଲି ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବ୍ୟାପକ ସଚେତନତା କରାଯାଇଛି । କୋଭିଡ୧୯ କାରଣରୁ ସାମାଜିକ ଦୂରତ୍ବ ବଜାୟ ରଖିବା ଏବଂ ମାସ୍କ ପରିଧାନ କରିବା ନେଇ ପ୍ରଶାସନ ତୀକ୍ଷ୍ମ ନଜର ରଖିଛି । ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବେ ନାହିଁ । ଲୋକେ ଭୟଭୀତ ନହୋଇ ସାମାଜିକ ଦୂରତା ସହ ସମସ୍ତେ ମାସ୍କ ପିନ୍ଧିବା ଜରୁରୀ ବୋଲି ପ୍ରଚାର କରାଯାଇଛି ।

ସଙ୍ଗୋରୋଧ କେନ୍ଦ୍ରରୁ ଫେରି ହୋମ୍ କ୍ଵାରେଣ୍ଟାଇନରେ ଥିବା କିଛି ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କ କୋରୋନା ପଜିଟିଭ ବାହାରିଥିଲେ । ସେମାନଙ୍କୁ ବାଙ୍କିଶୋଳ ସ୍ଥିତ କିମ୍ସ କୋଭିଡ ହୋସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି l ତେବେ ରରୁଆଁ ପଞ୍ଚାୟତ କାର୍ଯ୍ୟାଳୟ ବ୍ଲକ ମୁଖ୍ୟାଳୟ ନିକଟରେ ହୋଇ ଥିବାରୁ ଏଠାରେ ସବୁ ସମୟରେ ଭିଡ ଜମି ରହିଥାଏ l ସଟଡାଉନକୁ ନଜରରେ ରଖି ପୋଲିସ ମଧ୍ୟ ପେଟ୍ରୋଲିଂକୁ କଡାକଡି କରିଥିବା ଦେଖିବାକୁ ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.