ETV Bharat / state

ପିଉସୀ ଘରକୁ ଯିବା ପାଇଁ କାହାରିକୁ ନଜଣାଇ ଟ୍ରେନରେ ବାହାରି ଥିଲେ ଦୁଇ ନାବାଳକ, ଉଦ୍ଧାର କଲା ପୋଲିସ - ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା

ଟାଟା-ବାଦାମପାହାଡ ଟ୍ରେନରୁ ଦୁଇ ନାବାଳକ ଛାତ୍ର ଉଦ୍ଧାର । ଜଣେ ଆଠ ବର୍ଷ ଓ ଅନ୍ୟ ଜଣେ ଦଶ ବର୍ଷର ଛାତ୍ରଙ୍କୁ ଉଦ୍ଧାର କଲା ପୋଲିସ । ଅଧିକ ପଢ଼ନ୍ତୁ

ଟ୍ରେନରୁ ଉଦ୍ଧାର ହେଲେ ଦୁଇ ନାବାଳକ ଛାତ୍ର
ଟ୍ରେନରୁ ଉଦ୍ଧାର ହେଲେ ଦୁଇ ନାବାଳକ ଛାତ୍ର
author img

By

Published : Mar 12, 2023, 10:01 AM IST

ରାଇରଙ୍ଗପୁର: ଟ୍ରେନରୁ ଉଦ୍ଧାର ହେଲେ ଦୁଇ ନାବାଳକ ଛାତ୍ର । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା ରୋଡ ରେଳ ଷ୍ଟେସନରୁ ଟାଟା-ବାଦାମପାହାଡ ଟ୍ରେନରୁ ଦୁଇ ନାବାଳକ ଉଦ୍ଧାର କଲା ପୋଲିସ । ସମ୍ପର୍କୀୟଙ୍କ ଘରକୁ ଯିବା ଉଦ୍ଦେଶ୍ୟରେ ବସିଥିବା ଦୁଇ ଆଦିବାସୀ ନାବାଳକଙ୍କୁ ଉଦ୍ଧାର କରିଛି ଝରାଡିହି ଫାଣ୍ଡି ପୋଲିସ । ତେବେ ଜଣେ ନାବାଳକକୁ ଆଠ ବର୍ଷ ଓ ଅନ୍ୟ ଜଣେ ଦଶ ବର୍ଷର ହୋଇଥିବା ସୂଚନା ରହିଛି ।

ଅଧିକ ପଢ଼ନ୍ତୁ: Amit Shah Visit Odisha: ଧାମନଗରରେ ହେବ ସାଧାରଣ ସଭା, ଦଳୀୟ ନେତାଙ୍କ ବଢାଇବେ ଜୋଶ

ସୂଚନା ଅନୁସାରେ, ନାବାଳକ ଦୁଇ ଜଣ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଉସ୍କି ଆଶ୍ରମ ସ୍କୁଲର ଛାତ୍ର । ତେବେ ସ୍କୁଲରେ କାହାରିକୁ କିଛି ନ ଜଣାଇ ଟାଟା ନଗରସ୍ଥିତ ପିଉସି ଘରକୁ ଯିବା ଉଦ୍ଦେଶ୍ୟରେ ବାଦାମପାହାଡ ପହଞ୍ଚିଥିଲେ । ପରେ ବାଦାମପାହାଡ ଷ୍ଟେସନ ଯାଇ ସେଠାରୁ ଟାଟା-ବାଦାମପାହାଡ ପାସେଞ୍ଜର ଟ୍ରେନରେ ଚଢି ଯାଇଥିଲେ । ତେବେ ଆଶ୍ରମ ସ୍କୁଲରେ ଉକ୍ତ ଛାତ୍ର ଦୁଇ ଜଣ ନଥିବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ଉକ୍ତ ନାବାଳକଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ଟ୍ରେନରେ ଦୁଇ ଜଣ ଛାତ୍ର ଚଢିଥିବା ଜଣା ପଡ଼ିବା ପରେ ପ୍ରଥମେ ରାଇରଙ୍ଗପୁର ରେଳ ଷ୍ଟେସନ ଓ ପରେ ବହଳଦାରୋଡ ଷ୍ଟେସନକୁ ଖବର ଦିଆଯାଇଥିଲା । ବହଳଦାରୋଡ ଷ୍ଟେସନ ମାଷ୍ଟରଙ୍କ ତତ୍ତ୍ବାବଧାନରେ ରେଳ କର୍ମଚାରୀମାନେ ନାବାଳକ ଦୁଇଜଣଙ୍କୁ ଉଦ୍ଧାର କରି ଷ୍ଟେସନରେ ରଖିଥିଲେ ।

ଅଧିକ ପଢ଼ନ୍ତୁ: ବିଜେଡିର ମହିଳା ସମାବେଶକୁ ବିଜେପିର ଟାର୍ଗେଟ, ସାମ୍ବାଦିକ ସମ୍ମିଳନୀ କରି ଟାର୍ଗେଟ କଲେ ଟଙ୍କଧର

ଖବର ପାଇବା ପରେ ଉସ୍କି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦୁଇ ଜଣ ସହକାରୀ ଶିକ୍ଷକଙ୍କ ସହିତ ଝରାଡିହି ଫାଣ୍ଡି ପହଞ୍ଚି ଉକ୍ତ ନାବାଳକ ଛାତ୍ର ଦୁଇ ଜଣଙ୍କୁ ନିଜ ହେପାଜତରେ ନେଇଛନ୍ତି । ତେବେ ନାବାଳକ ଛାତ୍ର ଦୁଇଜଣ ହେଲେ ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଞ୍ଚଳର ଗୁଡରା ଗ୍ରାମ କୋଚା ସାହିର ବିନୋଦ ହେମ୍ବ୍ରମଙ୍କ ପୁଅ ଘାସିଆ ହେମ୍ବ୍ରମ ଓ ମାରାଂ ସାହିର ସ୍ବର୍ଗତ ସୁରଜ ହେମ୍ବ୍ରମଙ୍କ ପୁଅ ଠାକୁରା ହେମ୍ବ୍ରମ । ସେପଟେ ଆଶ୍ରମ ସ୍କୁଲର ଛାତ୍ର ଦ୍ବୟ କାହାକୁ କିଛି ନ ଜଣାଇ କିପରି ସ୍କୁଲ ବାହାରକୁ ଯାଇ ପାରିଲେ ଯାହାକି ଆଶ୍ରମ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.