ETV Bharat / state

ପିଆରଏମ୍ ମେଡିକାଲ କଲେଜରେ ଗଣ୍ଡଗୋଳ, କିରାଣୀ ସହ ଦୁଇ ଛାତ୍ର ଆହତ - ପିଆରଏମରେ କିରୀଣୀକୁ ମାଡ

ମୟୂରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଛାତ୍ର ସଭାପତିଙ୍କୁ କଲେଜ କିରାଣୀଙ୍କ ଆକ୍ରମଣ ଅଭିଯୋଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଛି ।

ପିଆରଏମ୍ ମେଡିକାଲ କଲେଜରେ ଗଣ୍ଡଗୋଳ
ପିଆରଏମ୍ ମେଡିକାଲ କଲେଜରେ ଗଣ୍ଡଗୋଳ
author img

By

Published : Jan 30, 2021, 8:50 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଛାତ୍ର ସଭାପତିଙ୍କୁ କଲେଜ କିରାଣୀଙ୍କ ଆକ୍ରମଣ ଅଭିଯୋଗ , ଘଟଣାସ୍ଥଳରେ ଉତ୍ତେଜନା । କଲେଜ କିରାଣୀ ଏବଂ ଏମବିବିଏସ ଛାତ୍ର ମୁହାଁମୁହିଁ ହୋଇଥିଲେ । ଏଥିରେ ଦୁଇ ଛାତ୍ର ଆହତ ହୋଇଥିବାବେଳେ କିରାଣୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ହୋଇଛି ।

ପିଆରଏମ୍ ମେଡିକାଲ କଲେଜରେ ଗଣ୍ଡଗୋଳ, କିରାଣୀ ସହ ଦୁଇ ମେଡ଼ିକାଲ ଛାତ୍ର ଆହତ

ତେବେ ଛାତ୍ରଛାତ୍ରୀଙ୍କ ଅଭିଯୋଗ କୋରୋନା ପରବର୍ତ୍ତୀ ଦୀର୍ଘ ତିନି ମାସ ଧରି ଛାତ୍ରଛାତ୍ରୀଙ୍କ ରୁମକୁ ଠିକ ସମୟରେ ପାଣି ନଆସିବା, ସଫେଇକର୍ମଚାରୀ ନଆସିବା, କଲେଜ କ୍ୟାମ୍ପସରେ ଦୀର୍ଘ ଦିନ ଧରି ଅଳିଆ ଆବର୍ଜନା ପଡି ଦୁର୍ଗନ୍ଧମୟ ହେବା ଏବଂ ବିଭିନ୍ନ ମୌଳିକ ସମସ୍ୟା ନେଇ କଲେଜ ଡିନ୍‌ ରମା ରମଣ ମହାନ୍ତିଙ୍କୁ ଅଭିଯୋଗ କରିଥିଲେ । ମାତ୍ର ସମସ୍ୟା ସମାଧାନ ନହେବାରୁ ଡିନ ରୁମଙ୍କୁ ଯାଇ ଶାନ୍ତି ପୂର୍ଣ୍ଣ ଭାବରେ ଛାତ୍ରଛାତ୍ରୀ ଆଲୋଚନା କରିଥିଲେ। ହେଲେ କଲେଜର କିରାଣୀମାନେ ଛାତ୍ରଛାତ୍ରୀଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ଆଣିଛନ୍ତି ।

ତେବେ ଯୁକ୍ତି ତର୍କ ବଢ଼ିବାରୁ କିରାଣୀ ଛାତ୍ରଙ୍କୁ ହାତ ଉଠାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେପଟେ କିରାଣୀଙ୍କ ଉପରେ ପାଲଟା ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ ଆହତ କିରାଣୀ ଆଣିଛନ୍ତି । ଘଟଣାସ୍ଥଳରେ ମୟୂରଭଞ୍ଜ ଏସ ପି ପହଞ୍ଚି ତଦନ୍ତ କରିବା ସହ ମେଡ଼ିକାଲ ଛାତ୍ରଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।

ଏଥିସହ ମେଡିକାଲ କଲେଜ ପରିସରରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.