ETV Bharat / state

ଗୋଦାମ ଘରୁ ୨ ଲକ୍ଷ ଲୁଟିଲେ ଲୁଟେରା; ଟେର ପାଉନି ପୋଲିସ

ଗୋଦାମ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ ଦୁଇ ଲକ୍ଷ ଟଙ୍କା ଚୋରି । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ...

ଗୋଦାମ ଘରୁ ୨ ଲକ୍ଷ ଲୁଟିଲେ ଲୁଟେରା; ଟେର ପାଉନି ପୋଲିସ
ଗୋଦାମ ଘରୁ ୨ ଲକ୍ଷ ଲୁଟିଲେ ଲୁଟେରା; ଟେର ପାଉନି ପୋଲିସ
author img

By

Published : Jul 31, 2021, 8:31 AM IST

ରାଇରଙ୍ଗପୁର: ଏକ ଗୋଦାମ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ସହିତ ନଗଦ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିବା ଅଭିଯୋଗ। ଏନେଇ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କାଶୀ ଅଗ୍ରୱାଲଙ୍କ ପୁଅ ଅମିତ ଅଗ୍ରୱାଲ ମୟୁରଭଞ୍ଜର ଗୋଲେଇ ଛକ ନିକଟରେ ଦୁଇ ବର୍ଷ ହେବ ହିନ୍ଦୁସ୍ତାନ ଲିଭର ଏବଂ ଆଇଟିସି ର ଡିଷ୍ଟ୍ରିବ୍ୟୁଟର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଶୁକ୍ରବାର ସକାଳୁ ତାଙ୍କ ବାପା କାଶୀ ଅଗ୍ରୱାଲ ଗୋଦାମକୁ ଆସି ଗେଟ ଖୋଲିଥିଲେ । ଗୋଦାମରେ ଏଣେତେଣେ ଜିନିଷ ପଡିଥିବା ଦେଖିବାକୁ ପାଇଥିଲେ । ଚାବି ଭଙ୍ଗା ଯାଇଥିବା ଦେଖି ପୁଅ ଅମିତକୁ ଖବର ଦେଇଥିଲେ।

ଗୋଦାମ ଘରୁ ୨ ଲକ୍ଷ ଲୁଟିଲେ ଲୁଟେରା; ଟେର ପାଉନି ପୋଲିସ

ଅଭିଯୋଗ ପାଇବା ପରେ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମକୁ ଡକାଇ ଥିଲେ। ଅମିତଙ୍କ ସୂଚନା ଅନୁସାରେ ଗୋଦାମ ଘରୁ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ସାମଗ୍ରୀ ଏବଂ ଅଫିସ ଚାମ୍ବରରୁ ଦୁଇ ଲକ୍ଷ ଟଙ୍କା ଚୋରି ହୋଇଥିବା ପ୍ରକାଶ କରିଛନ୍ତି । ତେବେ ଉପଖଣ୍ଡରେ ବାରମ୍ବାର ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ରାତ୍ରୀକାଳୀନ ପୋଲିସ ପେଟ୍ରୋଲିଂ ଜୋରଦାର କରିବାକୁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.