ବାରିପଦା: ଜିଲ୍ଲା ବଡ଼ସାହି ଥାନାର 2 ନିଶାଗ୍ରସ୍ତ କନେଷ୍ଟବଳଙ୍କ ଚର୍ଚ୍ଚିତ ଭାଇରାଲ ଭିଡିଓ ଚର୍ଚ୍ଚାରେ ଥିବା ବେଳେ ମୟୂରଭଞ୍ଜ ଏସପି ପରମାର ସ୍ମିତ ପୁରୁଷତ୍ତୋମ ଦାସ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ କନେଷ୍ଟବଳ 2ଜଣ ହେଲେ କମଳ ଲୋଚନ ମହାନ୍ତ ଓ କାର୍ତ୍ତିକ ଚନ୍ଦ୍ର ପାତ୍ର । ପୁଲିସ ବିଭାଗରେ କାର୍ଯ୍ୟରତ କର୍ମଚାରୀ ହୋଇ ସର୍ବସାଧାରଣ ସ୍ଥାନରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ପାଇଁ ଏସପି ଉଭୟଙ୍କୁ ନିଲମ୍ବିତ କରିଛନ୍ତି ।
ତିନୋଟି କ୍ଲିପ ବିଶିଷ୍ଟ ଭାଇରାଲ ଭିଡ଼ିଓର ଦୃଶ୍ୟରେ ଉଭୟ ସନ୍ଧ୍ୟା ସମୟରେ ଏକ ଦୋକାନରେ ସ୍ଥାନୀୟ ବନ୍ଧୁଙ୍କ ସହିତ ମଦ ମାଂସ ଆସର ସହିତ ଅଶ୍ଳୀଳ କଥାବାର୍ତ୍ତାର ଭିଡ଼ିଓ ଭାଇରଲ ହୋଇଥିଲା । ତେବେ ଭାଇରାଲ ଭିଡ଼ିଓ ଉପରିସ୍ଥ ଅଧିକାରୀ ଘଟଣାର ତଦନ୍ତ ପରେ ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ