ETV Bharat / state

ବାରିପଦା ଟାଉନ ପୋଲିସକୁ ସଫଳତା: ୮୫ ହଜାର ଜାଲ ନୋଟ ଜବତ, ଦୁଇ ଗିରଫ

ବାରିପଦା ସହରରେ ଜାଲ ନୋଟ କାରବାରର ପର୍ଦ୍ଦାଫାସ କଲା ପୋଲିସ । ଘଟଣାରେ ଦୁଇ ଗିରଫ । ଅଧିକ ପଢନ୍ତୁ...

ବାରିପଦା ସହରରେ ଜାଲ ନୋଟ କାରବାର ଦୁଇ ଗିରଫ
ବାରିପଦା ସହରରେ ଜାଲ ନୋଟ କାରବାର ଦୁଇ ଗିରଫ
author img

By

Published : Dec 17, 2020, 10:41 AM IST

ବାରିପଦା:ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଜାଲ ନୋଟ କାରବାର । ଦୁଇ ଦୁର୍ବୃତ୍ତଙ୍କ ଜାଲ ନୋଟ କାରବାର ପଣ୍ଡ କିରଛି ଟାଉନ ପୋଲିସ । ଘଟଣାରେ ସଂପୃକ୍ତ ଦୁଇ ଭାଇ ଗିରଫ ।

ବାରିପଦା ସହରରେ ଜାଲ ନୋଟ କାରବାର କରି

ସୂଚନାଅନୁସାରେ, ସହରରେ ନକଲି ନୋଟ କାରବାର ହେଉଥିବା ପୂର୍ବରୁ ସୂଚନା ପାଇଥିଲା ପୋଲିସ । ନକଲି ନୋଟ ନେଇ ବାରିପଦା ସହରକୁ ଆସୁଥିବା ଦୁଇଜଣ ଦୁର୍ବୃତ୍ତଙ୍କୁ ବାଲେଶ୍ବରର ଗୋଳେଇ ଛକ ନିକଟରୁ ଗିରଫ କରିଛି ଟାଉନ ପୋଲିସ । ଗିରଫ ଦୁଇଜଣ ଝାରଖଣ୍ଡ ରାଜ୍ୟ ବହଡାଗୁଡା ଅଞ୍ଚଳର ଦୁଇ ଭାଇ ବୋଲି ଜଣାପଡିଛି ।

ପୋଲିସ ସେମାନଙ୍କୁ ଗରିଫ କରିବା ସହିତ ସେମାନଙ୍କଠାରୁ 85 ହଜାର ନକଲି ଟଙ୍କା ସହ ଗୋଟିଏ ପଲସର ବାଇକ ଜବତ କରିଛି । ତେବେ ଏହି ଜାଲ ନୋଟ କାରବାରରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ତାହା ଜାଣିବାକୁ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.