ETV Bharat / state

କୁକୁଡ଼ା ବୋଝେଇ ପିକଅପ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା, ଟ୍ରକ ଚାଳକ ମୃତ - ମୟୂରଭଞ୍ଜ କଳାପଥର ଛକ ଦୁର୍ଘଟଣା

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଅଙ୍ଗାରପଦା ନିକଟସ୍ଥ କଳାପଥର ଛକ ଠାରେ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଏକ ପାଇପ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

କୁକୁଡ଼ା ବୋଝେଇ ପିକଅପ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା

author img

By

Published : May 24, 2021, 5:52 PM IST

ରାଇରଙ୍ଗପୁର: କୁକୁଡ଼ା ବୋଝେଇ ପିକଅପ ସହିତ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା । ଟ୍ରକ ଚାଳକ ମୃତ। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଅଙ୍ଗାରପଦା ନିକଟସ୍ଥ କଳାପଥର ଛକ ଠାରେ କୁକୁଡ଼ା ବୋଝେଇ ପିକଅପ ଭ୍ୟାନ ଏକ ପାଇପ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରକ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

କୁକୁଡ଼ା ବୋଝେଇ ପିକଅପ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା

ଘଟଣାରୁ ପ୍ରକାଶ, କେନ୍ଦୁଝର ଆଡୁ ପିକଅପ ଭ୍ୟାନଟି ଆସୁଥିବା ବେଳେ କଳାପଥର ଛକ ଠାରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ନିକଟସ୍ଥ ଗ୍ରାମବାସୀ ଭ୍ୟାନ ଭିତରୁ ଡ୍ରାଇଭରକୁ ଉଦ୍ଧାର କରି ଯଶିପୁର ଥାନାକୁ ଖବର ଦେଇଥିଲେ।

ଖବର ପାଇ ଯଶିପୁର ପୋଲିସ ପହଞ୍ଚି ଆହତ ପିକଅପ ଡ୍ରାଇଭରକୁ ଯଶିପୁର ମେଡିକାଲ ପଠାଇବା ସହିତ ମୃତ ଟ୍ରକ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଡ଼ାକ୍ତରଖାନାକୁ ପଠାଇଥିଲେ। ମୃତ ଟ୍ରକ ଡ୍ରାଇଭର ଜଣଙ୍କ ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲ୍ଲା ଭିଲାଇ ଅଞ୍ଚଳର ରାହୁଲ ଯାଦବ ବୋଲି ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.