ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ "ଇଚିଣ୍ଡା ଯୁବାମୋର୍ଚ୍ଚା", "ଭଞ୍ଜସେନା" ଓ ଏବିଭିପିର ସଦସ୍ଯମାନେ ସହିଦ ନନ୍ଦୁରାମ ସୋରୋନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପରେ ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିବା ସହ ସମସ୍ତ ଚୀନ ସାମଗ୍ରୀ ବର୍ଜନ କରିବାକୁ ଶପଥ ନେଇଥିଲେ।
ସଦସ୍ୟମାନେ ହାତରେ ଚୀନ ବିରୋଧି ପ୍ଲା କାର୍ଡ ଧରି ଚୀନ ବିରୋଧୀ ସ୍ଲୋଗାନ ଦେଇ ସମସ୍ତ ଦୋକାନୀ ଏବଂ ଲୋକମାନଙ୍କୁ ଚୀନ ସାମଗ୍ରୀ ବିକ୍ରି ଏବଂ ବ୍ଯବହାର ନ କରିବାକୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଅନେକ ଚୀନ ଜିନିଷ ଭାଙ୍ଗିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ବିଶ୍ବାସଘାତକ ଚୀନ ସହ ସମସ୍ତ ସମ୍ପର୍କ ଛିନ୍ନ କରିବା ତା ସହିତ ଚୀନ ସାମଗ୍ରୀ ବର୍ଜନ କଲେ ଶହୀଦଙ୍କ ପାଇଁ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉକ୍ତ ସଂଗଠନର ସଦସ୍ୟ ମାନେ ମତପ୍ରକାଶ କରିଥିଲେ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ