ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା ଫାଣ୍ଡି ଅନ୍ତର୍ଗତ ବଡନାଳୁଆ ଗାଁରେ ଆଘଟଣ । ଜଣେ ଆଦିବାସୀ ଯୁବକଙ୍କ ବିଦ୍ୟୁତ ଆଘାତରେ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ଜଣକ ବଡନାଳୁଆ ଗାଁର ସ୍ବର୍ଗତ ଟୁନିଆ ନାଏକଙ୍କ ପୁଅ ବାଦଲ ନାଏକ ବୋଲି ଜଣା ପଡିଛି ।
ପରିବାର ଲୋକଙ୍କ କହିବା ଅନୁଯାୟୀ ଘରେ ବିଦ୍ୟୁତ ନଥିବାରୁ ବିଦ୍ୟୁତ୍ ଖୁଣ୍ଟରୁ ତାର କଟିଛି ଭାବି ଖୁଣ୍ଟ ଉପରେ ଚଢ଼ିଥିବା ବେଳେ ବାଦଲ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ପୋଲିସ ଓ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିବା ଜଣାପଡିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ