ETV Bharat / state

ସବାଇ ଘାସରୁ ସୌଖିନ ସାମଗ୍ରୀ ତାଲିମ ନେଇ ସ୍ୱାବଲମ୍ବୀ ହେବେ ଆଦିମ ଜନଜାତି - luxury items from sabai grass

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଲୋଧା ସମ୍ପ୍ରଦାୟ । ସମାଜର ମୁଖ୍ୟସ୍ରୋତରେ ଏହି ଆଦିମ ଜନଜାତିଙ୍କୁ ସାମିଲ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସବାଇ ଘାସରୁ ସୌଖିନ ସାମଗ୍ରୀ ପ୍ରସ୍ତୁତ ପାଇଁ ଦିଆଯାଉଛି ସ୍ବତନ୍ତ୍ର ତାଲିମ । ଅଧିକ ପଢନ୍ତୁ...

sabai grass
ସବାଇ ଘାସରୁ ସୌଖିନ ସାମଗ୍ରୀ ତାଲିମ ନେଇ ସ୍ୱାବଲମ୍ବୀ ହେବେ ଆଦିମ ଜନଜାତି
author img

By

Published : Aug 16, 2021, 8:52 PM IST

ବାରିପଦା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଏ ହେଉଛନ୍ତି ଲୋଧା ସମ୍ପ୍ରଦାୟ । ସମାଜର ମୁଖ୍ୟସ୍ରୋତରେ ଏହି ଆଦିମ ଜନଜାତିଙ୍କୁ ସାମିଲ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ବିଶେଷ କରି ଲୋଧା ସମ୍ପ୍ରଦାୟର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲାରେ ଚାଲିଛି ପ୍ରୟାସ ।

ସବାଇ ଘାସରୁ ସୌଖିନ ସାମଗ୍ରୀ ତାଲିମ ନେଇ ସ୍ୱାବଲମ୍ବୀ ହେବେ ଆଦିମ ଜନଜାତି

ସବାଇ ଘାସରୁ ସୌଖିନ ସାମଗ୍ରୀ ପ୍ରସ୍ତୁତ ପାଇଁ ଦିଆଯାଉଛି ସ୍ବତନ୍ତ୍ର ତାଲିମ। ଆଉ ଘରେ ବସି ଫୁଲଦାନୀ, ଫୁଲତୋଡା, ପାପୋଛ, ପେନଷ୍ଟାଣ୍ଡ, ଟୋପି ସହ ଅନେକ ସୌଖିନ ସାମଗ୍ରୀ ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । ପଶ୍ଚିମବଙ୍ଗ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଗଙ୍ଗାଷୋଳ ଗାଁରେ ବସବାସ କରନ୍ତି ଲୋଧା ସମ୍ପ୍ରଦାୟ। ଜିଲ୍ଲାରେ ସବାଇ ଘାସର ଚାହିଦା ଥିବାରୁ ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତିକରଣ କାର୍ଯ୍ୟକ୍ରମରେ ଏହି ଲୋଧା ମହିଳାଙ୍କୁ ଦିଆଯାଉଛି ତାଲିମ। ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ଲୋଧା ମହିଳା ନେଇସାରିଛନ୍ତି ତାଲିମ । ଆଉ ମହିଳାମାନେ ବି ବେଶ ଆଗ୍ରହର ସହିତ ସବାଇ ଘାସରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ସୌଖୀନ ସାମଗ୍ରୀ । ପ୍ରତିଦିନ ଚାରିରୁ ପାଞ୍ଚ ଘଣ୍ଟା ପରିଶ୍ରମ କରି ୨୦୦ ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି ଏମାନେ।

ସେପଟେ ମହାମାରୀ କୋରୋନା ପାଇଁ ପ୍ରସ୍ତୁତ କରିଥିବା ସାମଗ୍ରୀ ବିକ୍ରି ହୋଇ ପାରିନାହିଁ । ତେବେ ସରକାରଙ୍କ ଟିଡିସିସି ଓ ଓରମାସ ଜରିଆରେ ଏ ସବୁ ସାମଗ୍ରୀ ବିକ୍ରି କରିବାକୁ ଯୋଜନା ରଖିଛି ଲୋଧା ଉନ୍ନୟନ ସଂସ୍ଥା। ତେବେ ଆଗକୁ ଏହା କେତେଦୂର ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.