ETV Bharat / state

ସାରନା ଧର୍ମ କୋଡ଼ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

author img

By

Published : Dec 17, 2020, 7:50 PM IST

ଆଦିବାସୀ ସମ୍ପ୍ରଦାୟଙ୍କ ସାରନା ଧର୍ମକୁ କୋଡ଼ ମାନ୍ୟତା ଦାବିରେ ମୟୂରଭଞ୍ଜ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

Tribal people protest demanding special code of Sarana religion
ସାରନା ଧର୍ମ କୋଡ଼ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ସାରନା ଧର୍ମ କୋଡ଼ ମାନ୍ୟତା ଦାବିରେ ଅଖିଳ ଭାରତୀୟ ସାରନା ଧର୍ମ ଚେମେଡ ଆସର ଓ ରାଇରଙ୍ଗପୁର ଆସେକା ତରଫରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଶତାଧିକ ଆଦିବାସୀ ମହିଳା ପୁରୁଷ ସାମିଲ ହୋଇ ଶୋଭାଯାତ୍ରା କରିଥିଲେ ।

ଆଦିବାସୀ ଆନ୍ଦୋଳନକାରୀମାନେ ସାରନା କୋଡ଼ ନାହିଁ ତ ନିର୍ବାଚନ ନାହିଁ, କୋଡ଼ ନାହିଁ ତ ଜନ ଗଣନା ନାହିଁ ପ୍ରଭୃତି ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସାରନା ଧର୍ମ କୋଡ଼ ଲାଗୁ କରିବା ସହିତ ପେଶା ଆଇନ, ଜଙ୍ଗଲ ଜମି ଆଇନ ଲାଗୁ କରିବା, ପବିତ୍ର ଜାହିରା ସ୍ଥଳୀର ସୁରକ୍ଷା, ଶ୍ମଶାନ ପାଇଁ ଜମିପଟ୍ଟା ପ୍ରଦାନ, ଆଦିବାସୀ ପର୍ବପର୍ବାଣିରେ ସର୍ବ ଭାରତୀୟ ଛୁଟି ଘୋଷଣା କରିବା ଆଦି ସାତ ଦଫାର ଦାବିପତ୍ର ଉପଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଦେଇଥିଲେ।

ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ନେତାଙ୍କ ସମେତ ଆଦିବାସୀ ହୋ ସମାଜର କର୍ମକର୍ତ୍ତା ଏହି ବିକ୍ଷୋଭର ନେତୃତ୍ବ ନେଇଥିଲେ। ବାମନଘାଟି ଓ ପଞ୍ଚପିଢ଼ି ଉପଖଣ୍ଡର ଶତାଧିକ କର୍ମୀ ଉକ୍ତ ବିକ୍ଷୋଭରେ ସାମିଲ ହୋଇଥିଲେ । ଆଦିବାସୀ ମହିଳା ପୁରୁଷ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇ ଏକ ଶୋଭାଯାତ୍ରା ରେ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.